ବାଲେଶ୍ବରରେ ଏମିତି ହୋଇଛି ରାସ୍ତା ମରାମତି, ହାତରେ ଟାଣିଦେଲେ ଉଠିଆସୁଛି ପିଚୁ

By

Published : Dec 2, 2021, 12:16 PM IST

thumbnail

ବାଲେଶ୍ଵର: ଜିଲ୍ଲା ସୋର ମାଣିପୁର ରାସ୍ତା ମରାମତିରେ ଅନିୟମିତତା (Irregularities in road repairs )। ମରାମତିର ୩ଦିନ ପରେ ରାସ୍ତାରୁ ଉଠୁଛି ପୁଳାପୁଳା ପିଚୁ । ହାତରେ ଟାଣିଦେଲେ ପିଚୁ ଉଠି ଯାଉଥିବା ଦେଖିବାକୁ ମିଳିଛି । ନିମ୍ନମାନର କାମ (Low quality road work )ହୋଇଥିବା ଯୋଗୁଁ ରାସ୍ତାରୁ ପିଚୁ ଉଠିଯାଉଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ (Department of Rural Development )ଦ୍ୱାରା ତିଆରି ହୋଇଥିବା ରାସ୍ତା ପାଇଁ 1 କୋଟି 15 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ରାସ୍ତାଟି ସୋର ଜାତୀୟ ରାଜପଥ ରୁ ଔପଦା ବ୍ଲକକୁ ମଧ୍ୟ ସଂଯୋଗ କରୁଛି। ଏହି ରାସ୍ତାର ମରାମତି ପାଇଁ ଏତେ ଟଙ୍କା ଅନୁମୋଦନ ହୋଇଥିବା ବେଳେ ଏମିତି ପିଚୁ ଉଠିଯିବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଠିକାଦାରଙ୍କ କାର୍ଯ୍ୟଦକ୍ଷତା ଉପରକୁ ଆଙ୍ଗୁଳି ଉଠାଇଛନ୍ତି। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.