କାଳିଆ ଟଙ୍କା ଫେରାଅ, ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ନୋଟିସ

By

Published : Jul 24, 2020, 4:51 PM IST

thumbnail

ଭୁବନେଶ୍ବର: ଅଯୋଗ୍ୟ ହିତାଧିକାରୀ ତୁରନ୍ତ କାଳିଆ ଟଙ୍କା ଫେରାଅ । ଏନେଇ ବିଧାନସଭାରେ ମଧ୍ୟ କୁହାଯାଇଛି । ତେବେ ଅନେକ ଜଣ ଟଙ୍କା ଫେରାଇଥିବା ବେଳେ ବହୁତ ଏବେ ସୁଦ୍ଧା ଟଙ୍କା ଦେଇନାହାନ୍ତି । ଏଥିଲାଗି ଟଙ୍କା ରିଫଣ୍ଡ ପାଇଁ ନୋଟିସ ଦେଇଛନ୍ତି ସରକାର । କାଳିଆ ଟଙ୍କାରେ ଟଙ୍କା ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ଅନେକ ନିଜ ଆଡୁ ଅଯୋଗ୍ୟ ଘୋଷଣା କରିଥିଲେ । ଗତ ବର୍ଷ ୫୧ ଲକ୍ଷ କାଳିଆ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତଙ୍କୁ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରାଯାଇଛି । 98 ପ୍ରତିଶତ ଲୋକ ଯୋଗ୍ୟ ଅଛନ୍ତି ବୋଲି କହିଛନ୍ତି କୃଷି ସଚିବ ସୌରଭ ଗର୍ଗ । ତେବେ ଯେଉଁ ମାନେ ଏଜାବତ୍ ଟଙ୍କା ଫେରେଇନାହାନ୍ତି ସେମାନେ ତୁରନ୍ତ ଟଙ୍କା ଫେରେଇବାକୁ ପୁଣି ଥରେ ଅନୁରୋଧ ପତ୍ର ପଠାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.