ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ବାଜି ମାରିନେଲେ ବିପିନ ! ଅପ୍ରତିଦ୍ବନ୍ଦ୍ବୀ ଭାବେ ଯମୁନା ନାୟକ ନିର୍ବାଚିତ

By ETV Bharat Odisha Team

Published : Oct 4, 2023, 4:20 PM IST

thumbnail

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବରେ ଅପ୍ରତିଦ୍ବନ୍ଦ୍ବୀ ଭାବରେ ନିର୍ବାଚିତ ହେଲେ ବମକେଇର ସମିତିସଭ୍ୟା ଯମୁନା ନାୟକ । ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଶେଷରେ ସମସ୍ତ ବାଦବିବାଦର ପୂର୍ଣ୍ଣଚ୍ଛେଦ ପଡିଛି । ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନରେ ବୁଧବାର ନିର୍ଦ୍ଧାରିତ ସମୟରେ ନିଜର ୧୩ ଜଣ ସମର୍ଥକଙ୍କ ସହିତ ଯମୁନା ପ୍ରବେଶ କରିବା ପରେ ଏକମାତ୍ର ପ୍ରାର୍ଥୀ ଭାବରେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବ୍ଲକ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ ପରେ ଦିଗପହଣ୍ଡି ବ୍ଲକରେ ନିଜର ପତିଆରା ଜାରି ରଖିବା ଲାଗି ବିପିନ ଓ ବୀପ୍ଳବଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ସଂଘର୍ଷ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ଶେଷରେ ବିପିନ ପ୍ରଧାନ ନିଜ ସମର୍ଥକଙ୍କୁ ବିଜୟୀ କରି ଆଣିବାରେ ସଫଳ ହୋଇଛନ୍ତି । ଏହି ଅବସରରେ ନିର୍ବାଚିତ ନୂତନ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ବିପିନ ପ୍ରଧାନ ଏବଂ ତାଙ୍କ ସମର୍ଥକ ମାନଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.