ନିଆଁରେ ପୋଡି ହୋଇ ମହିଳା ଗୁରୁତର

By ETV Bharat Odisha Team

Published : Dec 21, 2023, 12:52 PM IST

thumbnail

ଢେଙ୍କାନାଳ: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି l ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ଲୋକେ ନିଆଁ ପୋଇଁ ହୋଇଥାନ୍ତି । ତେବେ ଢେଙ୍କାନାଳ ଜିଲ୍ଲାରେ ଏହି ନିଆଁ ପୋଇବା ସମୟରେ ଟିକିଏ ଅସାବଧାନତା ଯୋଗୁଁ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ଜଣେକ ହେଲେ ମହାବିରୋଡ ଥାନା ଚାଉଳିଆଝରଣ ଗ୍ରାମର ଗୌରୀ ସୋରେନ । ଆଜି ଭୋର ସମୟରେ ଗୌରୀ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ସମ୍ମୁଖରେ ନିଆଁ ପୋଇଁ ହେଉଥିଲେ । ଅସାବଧାନତା ଯୋଗୁଁ ତାଙ୍କ ପିନ୍ଧା ଲୁଗାରେ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତାଙ୍କ ଶରୀରର ୫୦ ପ୍ରତିଶତ ଭାଗ ପୋଡ଼ି ଯାଇଥିବା ଜଣା ପଡିଛି । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.