ଅବପାତ ରୂପ ନେଲା ଲଘୁଚାପ, ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା

By

Published : Nov 20, 2022, 4:25 PM IST

Updated : Feb 3, 2023, 8:33 PM IST

thumbnail

ଗତକାଲି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । 21 ଓ 22 ତାରିଖରେ ଦକ୍ଷିଣ ଓଡିଶାର କିଛି ଅଞ୍ଚଳର ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷ ଭାବେ ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡା, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ଆସନ୍ତା ୨୩ରୁ ପାଗରେ ପରିବର୍ତ୍ତନ ହେବା ସହ ପାଗ ଶୁଖିଲା ରହିବ। ଅନ୍ୟପଟେ ଦିନକୁ ଦିନ ଶୀତର ପ୍ରକୋପ ବଢ଼ିଚାଲିଛି । ପାରଦ ଯେତିକି ଖସୁଛି ଶୀତ ସେତିକି ବଢୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ସ୍ବଭାବିକ ଠାରୁ ୨ରୁ ୩ ଡ଼ିଗ୍ରୀ କମିବ ତାପମାତ୍ରା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.