ସେମିରେ ଶାମିଙ୍କ କମାଲ, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

By ETV Bharat Odisha Team

Published : Nov 16, 2023, 8:18 PM IST

thumbnail

ପୁରୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଚମତ୍କାର ବୋଲିଂ ଯୋଗୁଁ ସେମିଫାଇନାଲ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରି ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ ଫାଇନାଲରେ ପ୍ରବେଶ କରିଛି । ତେବେ ଶାମିଙ୍କ ଉଚ୍ଚକୋଟୀର ପ୍ରଦର୍ଶନକୁ ନେଇ ସବୁ ଆଡୁ ପ୍ରଶଂସା କରାଯାଉଛି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଶାମିଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ବାଲୁକା ଶିଳ୍ପୀରେ ଲେଖାଯାଇଛି 'ଜୟ ହୋ ଶାମି' । ପୁରୀ ନୀଳାଦ୍ରି ବିଚରେ ସୁଦର୍ଶନ ଏହି ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି । ବାଲିରେ ଶାମିଙ୍କ ଅବିକଳ ପ୍ରତିକୃତି ସହ ଷ୍ଟାଡିୟମରେ ୱିକେଟ୍ ନେବାର ପ୍ରତିକୃତି କରି ସେ ଏହି ବୋଲରଙ୍କୁ ସାଧୁବାଦ ଜଣାଇଛନ୍ତି । ସେହିପରି ଫାଇନାଲରେ ଟିମ ଇଣ୍ଡିଆ ଦମଦାର ପ୍ରଦର୍ଶନ କରି ବିଶ୍ବକପ ଜିତୁ ବୋଲି ସୁଦର୍ଶନ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଦେଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.