ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ବାରଣାସୀ ଓ ପ୍ରୟାଗରାଜ ଅଭିମୁଖେ ବାହାରିଲା ସ୍ବତନ୍ତ୍ର ଟ୍ରେନ୍

By ETV Bharat Odisha Team

Published : Jan 17, 2024, 8:02 PM IST

thumbnail

Special Senior Citizen Pilgrimage Train: ବ୍ରହ୍ମପୁର: ରାଜ୍ୟର ଦକ୍ଷିଣାଞ୍ଚଳରେ ଥିବା ପାଞ୍ଚ ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ରେଳଷ୍ଟେସନରୁ ବାରଣାସୀ ଓ ପ୍ରୟାଗରାଜ ଅଭିମୁଖେ ବାହାରିଲା ସ୍ବତନ୍ତ୍ର ଟ୍ରେନ୍ । ଏନେଇ ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ଏହି ତୀର୍ଥଯାତ୍ରୀ ଟ୍ରେନକୁ ପତକା ଦେଖାଇ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁରର ମେୟର ସଙ୍ଘମିତ୍ରା ଦଳେଇ , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ,ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣାଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ଓ କର୍ପୋରେଟରମାନେ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ରହିଥିବା ବରିଷ୍ଠ ନାଗରିକଙ୍କୁ ଏହି ଯୋଜନାରେ ଟ୍ରେନରେ ବିଭିନ୍ନ ତୀର୍ଥସ୍ଥାନକୁ ବିନା ଖର୍ଚ୍ଚରେ ପରିଦର୍ଶନ କରାଇ ଆଣୁଥିବା ବେଳେ ଦକ୍ଷିଣାଞ୍ଚଳର ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ପ୍ରାୟ ୯୭୦ ଜଣ ତୀର୍ଥଯାତ୍ରୀଙ୍କୁ ନିଆଯାଇଛି ।  ଏହାସହ ୩୦ ଜଣ ଏସକର୍ଟକୁ ମିଶାଯାଇ ମୋଟ ଏକ ହଜାର ଜଣ ଏହି ଯାତ୍ରାରେ ସାମିଲ ହୋଇଥିବା ବେଳେ ଏହି ବରିଷ୍ଠ ନାଗରିକମାନେ ବାରଣାସୀ ଓ ପ୍ରୟାଗରାଜ ପରିକ୍ରମା କରିବାର କାର୍ଯକ୍ରମ ରହିଛି । ବରିଷ୍ଠ ନାଗରିକମାନେ ନିଜ ଘରୁ ବାହାରି ଏହି ତୀର୍ଥସ୍ଥଳ ପରିକ୍ରମା କରିବା ପରେ ପୁଣି ଘରକୁ ଫେରାଇବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ......ସମ୍ବଲପୁରରୁ ଗଡିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ, ତୀର୍ଥ କରି ଗଲେ 970 ନାଗରିକ

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.