Matric Result: ବ୍ୟାସନଗର ଏନ.ସି ହାଇସ୍କୁଲର ମ୍ୟାଟ୍ରିକ ଟପ୍ପର ସୌମ୍ୟାଶ୍ରୀ

By

Published : May 18, 2023, 6:22 PM IST

thumbnail

ଯାଜପୁର: ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଛି । ବ୍ୟାସନଗର ସହରର ବହୁ ପୁରାତନ ଏନ.ସି ହାଇସ୍କୁଲର ପାସ୍ ହାର ଶତ ପ୍ରତିଶତ ହୋଇଥିବା ବେଳେ ସ୍କୁଲର 4ଜଣ ଛାତ୍ରୀ ଏଥର ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ପାଖାପାଖି 97 ପ୍ରତିଶତ ନମ୍ବର ରଖି ସ୍କୁଲରେ ପ୍ରଥମ ଓ ଜିଲ୍ଲାରେ ତୃତୀୟ ସ୍ଥାନରେ ରହିଛନ୍ତି ସୌମ୍ୟାଶ୍ରୀ ସ୍ନେହା ଦାଶ । ସେହିପରି ସ୍କୁଲର ତନୁଶ୍ରୀ ପ୍ରଧାନ 95 ପ୍ରତିଶତ ଓ ଅନ୍ୟ ଦୁଇ ଜଣ 90 ପ୍ରତିଶତରୁ ଅଧିକ ନମ୍ବର ରଖି ସଫଳତା ଅର୍ଜନ କରିଛନ୍ତି । ସୌମ୍ୟା ବ୍ୟାସନଗର ପୌରାଞ୍ଚଳ ଲକ୍ଷ୍ମୀନଗର ଅଞ୍ଚଳର ସୁଧାଂଶୁ କୁମାର ଦାସଙ୍କ ଝିଅ । ସୌମ୍ୟାଙ୍କ ଏହି ସଫଳତାକୁ ନେଇ ଶିକ୍ଷକଶିକ୍ଷୟିତ୍ରୀ ଓ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟାସନଗର ସହରରେ ସମସ୍ତେ ବେଶ୍ ଖୁସି ଅଛନ୍ତି। ତେବେ ସୌମ୍ୟା ତାଙ୍କର ଏହି ସଫଳତାର ଶ୍ରେୟ ବାପା ମା' ଓ ଶ୍ରେଣୀ ଶିକ୍ଷକଙ୍କୁ ଦେଇଛନ୍ତି । ସେହିପରି ତାଙ୍କର ଆଗାମୀ ଲକ୍ଷ୍ୟ ଡ଼ାକ୍ତର ହେବାର ଆଶା ମଧ୍ୟ ରଖିଛନ୍ତି ।

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.