ରାୟଗଡାରେ ଡିଜିଟାଲ ମାର୍କେଟିଂକୁ ନେଇ ଆଲୋଚନା ଚକ୍ର, ସାମିଲ ହେଲେ 130 ଉଦ୍ୟୋଗୀ

By ETV Bharat Odisha Team

Published : Sep 9, 2023, 10:59 AM IST

thumbnail

ରାୟଗଡା: ରାଜ୍ୟ ତଥା ରାଜ୍ୟ ବାହାରୁ 130 ଜଣ ଉଦ୍ୟୋଗୀଙ୍କୁ କେନ୍ଦ୍ର ସରକାରଙ୍କ କ୍ଷୁଦ୍ର ଲଘୁ ଏବଂ ଅଣୁ ଶିଳ୍ପ ମନ୍ତ୍ରଣାଳୟ ଦ୍ଵାରା କନକ୍ଳେଭ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ କ୍ଷୁଦ୍ର, ଲଘୁ ଏବଂ ଅଣୁ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଅନ୍ ଲାଇନ ମାର୍କେଟିଂ ପାଇଁ ରାୟଗଡାର ଏକ ହୋଟେଲ ପରିସରରେ ଏହି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ନୂତନ ବ୍ୟବସାୟ ନୀତି ଉପରେ ଏଥିରେ ଆଲୋଚନା କରାଯାଇଥିଲା । 

ଭାରତ ସରକାର କ୍ଷୁଦ୍ର, ଲଘୁ ଏବଂ ଅଣୁ ଶିଳ୍ପ ମନ୍ତ୍ରଣାଳୟ କଟକ ଦ୍ୱାରା ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସ୍ୱଧାଦେଵ ସିଂ ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଗଠନର ସଭାପତି ଏ ଗୋବିନ୍ଦ ରାଓ, ରାଜ୍ୟ କ୍ଷୁଦ୍ର ଶିଳ୍ପ ସଂଗଠନ କଟକ ସାଧାରଣ ସମ୍ପାଦକ ସତ୍ଵିକ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଅନ୍ ଲାଇନ ମାର୍କେଟ ଆଲୋଚନା କରିଛନ୍ତି ।

ଏହି ଆଲୋଚନା ଚକ୍ରରେ ରାଜ୍ୟ ତଥା ରାଜ୍ୟ ବାହାରୁ 130 ଜଣ ଉଦ୍ୟୋଗୀ ଯୋଗ ଦେଇଥିଲେ । ଏଥିରେ ଡିଜିଟାଲ ମାର୍କେଟିଂ , ସରକାରୀ ଇ ମାର୍କେଟ ରେଜିଷ୍ଟ୍ରେସନ, ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଗଠନ ପାଇଁ ଆଧୁନିକ ପ୍ୟାକେଜିଂ ଶୈଳୀ, ଖାଦ୍ୟ ସୁରକ୍ଷା ନିୟମାବଳୀ, ଜାତୀୟ ଆଦିବାସୀ, ହରିଜନ ଏବଂ ପଛୁଆବର୍ଗଙ୍କ ଉପରେ ପ୍ରଚଳିତ ସ୍କିମ ପରି ବିଭିନ୍ନ ପ୍ରସଙ୍ଗରେ ପାୱାର ପଏଣ୍ଟ ପ୍ରୋଜେକ୍ଟ ମାଧ୍ୟମରେ ଆଲୋଚନା କରାଯାଇଥିଲା ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.