ଗଜଲକ୍ଷ୍ମୀ ପୂଜାର ଦ୍ୱିତୀୟ ଦିବସ, ବଢ଼ୁଛନ୍ତି ଦର୍ଶକ

By ETV Bharat Odisha Team

Published : Oct 30, 2023, 7:42 AM IST

thumbnail

ଢେଙ୍କାନାଳ: କୁମାର ପୂର୍ଣ୍ଣିମାରେ ମା' ଧନଧାତ୍ରୀ ଧରାବରଣ କରିଥିବା ବେଳେ ଉତ୍ସବ ମୁଖର ଢେଙ୍କାନାଳ ।  ୧୧ ଦିନ ଧରି ହେବାକୁ ଥିବା ଏହି ପୂଜା ଉତ୍ସବକୁ ଢେଙ୍କାନାଳବାସୀ ବେଶ ଧୂମଧାମରେ ପାଳୁଛନ୍ତି । ଢେଙ୍କାନଳ ଗଜଲଷ୍ମୀ ପୂଜା ପରମ୍ପରା ମୁତାବକ ଗତକାଲି ଠାରୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ୩୮ଟି ପୂଜା ମଣ୍ଡପରେ ମା' ଲଷ୍ମୀଙ୍କୁ ଆବାହନ କରାଯାଇଛି । ମା'ଙ୍କ ଏହି ଆବାହନ ପରେ ମା'ଙ୍କ ଦର୍ଶନ ପାଇଁ ଢେଙ୍କାନାଳ ସହରକୁ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିଛି । ରଙ୍ଗୀନ ଆଲୁଅରେ ଝଲସି ଉଠିଛି  ଢେଙ୍କାନାଳ ସହର ।  

ତେବେ ଦ୍ୱିତୀୟ ଦିନରେ ମା' ଧନଦାତ୍ରୀଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ପ୍ରାତଃହରୁ ସୂର୍ଯ୍ୟପୂଜା, ବେଦପାଠ, ଦ୍ୱାରାପାଳ ପୂଜା ସାଙ୍ଗକୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ହୋଇଛି । ସନ୍ଧ୍ୟା ସମୟରେ ଆରତୀ ଓ ଆହୁତି ପ୍ରଦାନ କରାଯାଉଛି । ବିଶେଷ କରି ଗୁରୁବାର ଓ ଶୁକ୍ରବାର ଦିନ ମା'ଙ୍କ ବିଶେଷ ପୂଜାବିଧି ରହିଛି । ଗୁରୁବାର ଦିନ ମା'ଙ୍କ ପାଖରେ ଦହି ପଖାଳ ଓ କାକରା ଭୋଗ କରାଯିବ । ଶୁକ୍ରବର ଦିନ ମା'ଙ୍କ ପାଖରେ  ଶ୍ରୀ ଯନ୍ତ୍ର ପୂଜା କରାଯାଏ । ତେବେ ଚଳିତ ବର୍ଷ  ପାଗ ଅନୁକୂଳ ରହିଥିବାରୁ  ଅଧିକ ଦର୍ଶକଙ୍କ ସମାଗମ ହେବ ବୋଲି ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଆଶା କରିଛନ୍ତି । ପୂଜା ବଜାରରେ ଧୀରେଧୀରେ ଲୋକଙ୍କ ଗହଳି ବଢ଼ିବାରେ ଲାଗୁଛି । ଗହଳିକୁ ନିୟନ୍ତ୍ରଣ କରିବାକୁ ପୋଲିସ ପ୍ରଶାସନ ତରଫରୁ 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.