ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଭାତ ବଦଳରେ ଦିଆଗଲା ମୁଢ଼ି

By

Published : Jun 25, 2023, 5:48 PM IST

Updated : Jun 25, 2023, 6:26 PM IST

thumbnail

ରାଇରଙ୍ଗପୁର: ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ହେଲେ ଏଠାରେ ଦେଖିବାକୁ ମିଳିଛି କିଛି ଅଜବ ଦୃଶ୍ୟ । ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଭାତ ବଦଳରେ ଦିଆଯାଉଛି ମୁଢ଼ି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମୁଢ଼ି ଦିଆଯାଉଛି । ମଧ୍ୟାହ୍ନ ସମୟରେ ଭାତ ବଦଳରେ ମୁଢ଼ି ଦିଆଯିବା ନେଇ ଅଭିଭାବକଙ୍କ ଅଭିଯୋଗ ପରେ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା, ପିଲାଙ୍କୁ ମୁଢ଼ି ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ମଧ୍ୟାହ୍ନ ଭୋଜନ ଦାୟିତ୍ୱ ତୁଲାଉଥିବା ଶିକ୍ଷକ କହିଛନ୍ତି । 

ଗ୍ରୀଷ୍ମ ଛୁଟି ପରେ ଗତ ୨୧ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲି ଯାଇଛି । ତେବେ ୨୧ ତାରିଖରୁ ଆଜି ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଭାତ ବଦଳରେ ମୁଢ଼ି ମିଳୁଛି । ଏହି ଘଟଣା ସମ୍ପର୍କରେ ଅଭିଭାବକମାନେ ପ୍ରଧାନ ଶିକ୍ଷୟତ୍ରୀ ମମତା ମୁର୍ମୁଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆସିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ କହିଛନ୍ତି ଯେ, "କୌଣସି ସରକାରୀ ନିର୍ଦ୍ଦେଶ ଆସିନାହିଁ । ଚାଉଳ ସରି ଯାଇଥିବାରୁ ଭାତ ବଦଳରେ ମୁଢ଼ି ଦିଆଯାଉଛି । ସୋମବାର ଠାରୁ ମଧ୍ୟାହ୍ନ ଭୋଜନରେ ଭାତ ଦିଆଯିବ ।" ଅନ୍ୟପଟେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ତୁଲାଉଥିବା ଶିକ୍ଷକଙ୍କ ଏପରି ମନ୍ତବ୍ୟକୁ ନେଇ ପ୍ରଧାନ ଶିକ୍ଷୟତ୍ରୀ କ୍ଷମା ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Jun 25, 2023, 6:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.