ଖୁବ ଶୀଘ୍ର ଶେଷ ହେବ ଗଡ଼ଖାଇ ପୁନଃଉଦ୍ଧାର କାର୍ଯ୍ୟ: ମେୟର

By

Published : Mar 29, 2023, 7:45 AM IST

thumbnail

କଟକ: ନୂଆ ରୂପ ପାଉଛି କଟକ ଐତିହ୍ୟର ପ୍ରାଣକେନ୍ଦ୍ର ବାରବାଟୀ ଦୁର୍ଗ । ପ୍ରଥମେ ଦଳ ସଫା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଦୁର୍ଗର ପଥର ବନ୍ଦ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ବର୍ଷକ ମଧ୍ୟରେ ସେ ସବୁ ଶେଷ ହେବା ନେଇ ସ୍ପଷ୍ଟ କରିଛି କଟକ ମହାନଗର ନିଗମ । ତେବେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏହି ପଥର କାର୍ଯ୍ୟ ଜାରି ରଖିଥିବା ବେଳେ ପରିମଳ ଦିଗକୁ ସୂଚାର ରୂପେ କରାଯିବା ନେଇ କାର୍ଯ୍ୟ ଜାରି ରଖିଛି ସିଏମସି । ମୋଟ 3 କୋଟି 60 ଲକ୍ଷ ଟଙ୍କାର ବ୍ୟୟ ଅଟକଳ ସାହାଯ୍ୟରେ ପରିମଳ କାର୍ଯ୍ୟ ଜାରି ରଖିଛି ମହାନଗର ନିଗମ । ପୂର୍ବରୁ ଏଏସଆଇକୁ 17 କୋଟି 34 ଲକ୍ଷ ଦିଆଯାଇଥିଲା ଯାହାଦ୍ୱାରା ଏବେ ଯୁଦ୍ଧକାଳୀନ ଭିତ୍ତିରେ ପଥର କାମ ଜାରି ରହିଛି ।  

ତେବେ ପୂର୍ବରୁ ଓଡ଼ିଶାର ଗାରିମାମୟ ଗାଥା ବହନ କରୁଥିବା ତଥା ପ୍ରାଚୀନ ଓଡ଼ିଶାର ପ୍ରାଣକେନ୍ଦ୍ର ବାରବାଟୀ ଦୁର୍ଗ ଓ ତାହାର ସୁରକ୍ଷା କବଚ ସାଜିଥିବା ଗଡଖାଇ ଜରାଜୀର୍ଣ୍ଣ ହୋଇଥିଲା । ବ୍ରିଟିଶ ଅମଳରୁ ଏହି ଐତିହାସିକ କୀର୍ତିରାଜିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ରକ୍ଷଣାବେକ୍ଷଣ ପାଇଁ ଅନେକ ସମୟରେ ଟଙ୍କା ମଞ୍ଜୁର ହେଉଥିଲେ ବି ତାହା ଖର୍ଚ୍ଚ ନ ହୋଇ ପଡି ରହୁଥିଲା । କେବଳ ଅଳ୍ପ କିଛି ପାଚେରୀ ନିର୍ମାଣ କରି ଓ ମଝିରେ ମଝିରେ କିଛି ଦଳ ସଫା ହେବାର ଦୃଶ୍ୟ ସାମ୍ନାକୁ ଆସୁଥିଲା ।

ତେବେ ଗତ ୮ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଗଡଖାଇର ପୁନଃଉଦ୍ଧାର ପାଇଁ ପାଖାପାଖି ୧୭ କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ସିଏମସି ମେୟର । ଏପରିକି ସେ ସାଂସଦ ଥିବା ବେଳେ ପାର୍ଲାମେଣ୍ଟରେ ମଧ୍ୟ ଏନେଇ ଦାବି ଉପସ୍ଥାପନ କରିଥିଲେ । ଏହାଛଡା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀକୁ ଭେଟି ଏହାର ସୌନ୍ଦର୍ଯ୍ୟକରଣ ପାଇଁ ସ୍ମାରକପତ୍ର ଦେଇଥିଲେ । ତେବେ ବର୍ତ୍ତମାନ ତ୍ୱରିତ ଢ଼ଙ୍ଗରେ କାର୍ଯ୍ୟ ଆରମ୍ଭ ହେବା ପରେ ବେଶ ଖୁସି ପ୍ରକଟ କରିଛନ୍ତି ସହରବାସୀ । ଅନ୍ୟପଟେ ଏହି କାର୍ଯ୍ୟ ଶୀଘ୍ର ସରିବା ପରେ ଆଲୋକୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମେୟର ।  

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.