'ନୌକାରେ ନ୍ୟାୟ ଯାତ୍ରା', ବ୍ରହ୍ମପୁତ୍ର ନଦୀ ପାର ହେଲେ ରାହୁଲ

By ETV Bharat Odisha Team

Published : Jan 19, 2024, 10:30 AM IST

thumbnail

Rahul Gandhi's Bharat Jodo Nyay Yatra Travels On A Boat ଗୌହାଟୀ: ଲୋକସଭା ନିର୍ବାଚନ ପାଇଁ ମାତ୍ର ଆଉ ମାସ କେଇଟା ବାକି ରହିଛି । ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିଂସା ପ୍ରଭାବିତ ମଣିପୁରର ଥୋବଲରୁ ମୁମ୍ବାଇ ପର୍ଯ୍ୟନ୍ତ ପ୍ରାୟ 6 ହଜାର 700 କିଲୋମିଟର ପର୍ଯ୍ୟନ୍ତ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଛନ୍ତି । ଗୁରୁବାର ଏହି ଯାତ୍ରା ଆସାମରେ ପ୍ରବେଶ କରିଥିବା ବେଳେ ଆଜି ଷଷ୍ଠ ଦିନ । ଗୁରୁବାର ଆସାମ ସରକାରଙ୍କ ଉପରେ ବର୍ଷିଥିବା ବେଳେ ଆଜି ସକାଳୁ ସକାଳୁ ପୁଣି ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ।

ଷଷ୍ଠ ଦିନରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଭିଡିଓ ସାମ୍ନାକୁ ଆସିଛି । ଜୋରହାଟର ମିନତି ଘାଟରୁ ମାଜୁଲି ପର୍ଯ୍ୟନ୍ତ ଏକ ଡଙ୍ଗାରେ ବ୍ରହ୍ମପୁତ୍ର ନଦୀ ପାର ହେଉଥିବା ନଜର ଆସିଛନ୍ତି । ଡଙ୍ଗାରେ ରାହୁଲଙ୍କ ସମେତ ଅନେକ ନେତା କର୍ମୀମାନେ ମଧ୍ୟ ରହିଛନ୍ତି । ଦଳୀୟ ପତାକା ଉଡାଇ ନିର୍ଭୟରେ ନଦୀ ପାର ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନଦୀ ପାର ହେବା ସମୟରେ କର୍ମୀମାନଙ୍କ ସହିତ ଆଲୋଚନା କରୁଥିବା ମଧ୍ୟ ନଜର ଆସିଛନ୍ତି । ଆସାମରେ ଏହି ଯାତ୍ରା 25 ତାରିଖ ପର୍ଯ୍ୟନ୍ତ ରହିବ । ଗତ ଜାନୁଆରୀ 14 ତାରିଖରେ ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ମାର୍ଚ୍ଚ 20 ତାରିଖରେ ମୁମ୍ବାଇରେ ଶେଷ ହେବ । 

ଏହା ମଧ୍ୟ ପଢନ୍ତୁ: ଆସାମରେ ସବୁଠୁ ଭ୍ରଷ୍ଟ ସରକାର: ରାହୁଲ ଗାନ୍ଧୀ 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.