ଭାରତ-ଆମେରିକା ଦୁଇ ଗୌରବଶାଳୀ ଦେଶ: ବାଇଡେନ

By

Published : Jun 22, 2023, 9:36 PM IST

Updated : Jun 22, 2023, 10:28 PM IST

thumbnail

ଓ୍ବାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଇଡେନ ଦମ୍ପତିଙ୍କ ଦ୍ବାରା ହ୍ବାଇଟ ହାଉସରେ ଭବ୍ୟ ସ୍ବାଗତ ପରେ ଉଭୟ ରାଷ୍ଟ୍ରମୁଖ୍ୟ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ । ଜାତୀୟ ସଂଙ୍ଗୀତ ଗାନ ପରେ ପ୍ରଥମେ ବାଇଡେନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ଓ ହ୍ବାଇଟ ହାଉସକୁ ସ୍ବାଗତ କରିଥିଲେ ବାଇଡେନ । ଭାରତ ଓ ଆମେରିକା ଦୁଇ ଗୌରବଶାଳୀ ରାଷ୍ଟ୍ର । ଉଭୟ ଦେଶର ସ୍ବାଧୀନତା ଓ ବ୍ୟବସ୍ଥା ମଧ୍ୟରେ ସାମାନତା ରହିଛି । ଦୁଇ ଦେଶର ଲୋକଙ୍କ ମଧ୍ୟରେ ମଧ୍ୟ ଏକାଧିକ କ୍ଷେତ୍ରରେ ସାମାନତା ରହିଛି । ଦୁଇ ଦେଶ ସହଯୋଗର ସହ ସମସ୍ତ ସାମ୍ପ୍ରତିକ ପ୍ରସଙ୍ଗରେ ଏକାଠି ଯାତ୍ରା ଜାରି ରଖିଥିବା କହିଥିଲେ ରାଷ୍ଟ୍ରପତି ବାଇଡେନ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମ୍ବୋଧିତ କରିଥିଲେ । ଉଭୟ ନେତା ଭାରତ-ଆମେରିକା ମଧ୍ୟରେ ଦଶନ୍ଧି ଧରି ରହିଆସିଥିବା ସୁସମ୍ପର୍କ ଓ ସାମ୍ବିଧାନିକ ମୂଲ୍ୟବୋଧରେ ଥିବା ସମାନତାକୁ ଦର୍ଶାଇ ପରସ୍ପରକୁ ପ୍ରଶଂସା କରିଥିଲେ । ଆଜି ହ୍ବାଇଟ ହାଉସରେ ରାଜକୀୟ ନୈଶ୍ୟଭୋଜିର ଆୟୋଜନ ଜାରି ରହିଛି । 

Last Updated : Jun 22, 2023, 10:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.