ପାଖେ ପାଖେ ରହିଲେ, ପକେଟ ଖାଲି କରିଦେଲେ; ଓ୍ୱେଡିଂ ଫଙ୍କସନ୍‌ରେ ଯୁବକଙ୍କଠୁ ୨୬ହଜାର ଲୁଟ

By ETV Bharat Odisha Team

Published : Dec 15, 2023, 10:04 PM IST

thumbnail

ଲକ୍ଷ୍ନୌ: ବିବାହ ଉତ୍ସବ ସମୟରେ କିଛି ଚୋର ବେଶ ସକ୍ରିୟ ହୋଇଉଠନ୍ତି । ସୁଟ୍‌ ପିନ୍ଧି କରନ୍ତି ଚୋରି । ନଜର ଆଢୁଆଳରେ କେତେବେଳେ ଗିଫ୍ଟ ଧରି ଚମ୍ପଟ ମାରନ୍ତି ତ ଆଉ କେତେବେଳେ ଗହଣା ବ୍ୟାଗ । ଏମିତି ଏକ ଦୃଶ୍ୟ ଉତ୍ତରପ୍ରଦେଶ ଆଗ୍ରାଠାରେ ଦେଖିବାକୁ ମିଳିଛି । ଯେଉଁଠି ଫଟୋ ଉଠାଇବାରେ ଯୁବକ ବ୍ୟସ୍ତ ଥିବା ସମୟରେ ଏହାର ସୁଯୋଗ ନେଇ ତାଙ୍କ ପାଖରେ ଠିଆ ହୋଇଥିବା ଚୋର ଜଣକ ପକେଟରୁ ୨୬ ହଜାର ଟଙ୍କା ନେଇ ଚମ୍ପଟ ମାରିଛି । ଏହି ଘଟଣାଟି ଗତ ୧୦ ତାରିଖରେ ଘଟିଛି । ଆଗ୍ରା ଫତେହାବାଦ ରୋଡ ନିକଟ ଏକ ଗାଁରେ ଜଣେ ଯୁବତୀଙ୍କ ବିବାହ ଚାଲିଥିଲା । ବରଯାତ୍ରୀ ଆସି ନାଚରେ ମସଗୁଲ ଥିଲେ । ଏହି ସମୟରେ ଚୋରଟି ଭଲ ପୋଷାକ ପିନ୍ଧି ଭିଡ଼ ଭିତରେ ପଶିଥିଲା । ଆଉ ସୁଯୋଗ ଦେଖି ଜଣେ ବରଯାତ୍ରୀଙ୍କ ପକେଟରୁ ଏହି ବିପୁଳ ଟଙ୍କା ଧରି ଫେରାର ମାରିଥିଲା । ଚୋରର ଏହି କାରନାମା ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । 

ଏହା ବି ପଢନ୍ତୁ- ସୀମା ଟପିଲା ଲୁଟେରାଙ୍କ ଦୌରାତ୍ମ୍ୟ, ହସ୍ପିଟାଲ ଯାଇଥିବା ବେଳେ ଘରୁ ଲୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.