BF 7 ଚିନ୍ତା ଜନକ ନୁହେଁ, ସାବଧାନତା ଜରୁରୀ: ଡ଼ଃ ଜୟନ୍ତ ପଣ୍ଡା

By

Published : Dec 25, 2022, 7:02 PM IST

Updated : Feb 3, 2023, 8:37 PM IST

thumbnail

କଟକ: ପୁଣି ଫେରିଛି କୋରୋନା । ଓମିକ୍ରନର ସବ ଭ୍ୟାରିଆଣ୍ଟ BF.7 ଭାଇରାସ ଚୀନ ସମେତ ଅନେକ ରାଷ୍ଟ୍ରରେ ଚିନ୍ତା ବଢ଼ାଇଛି । ଯାହାକୁ ନେଇ ସବୁ ରାଷ୍ଟ୍ରରେ ହାଇ ଆଲର୍ଟ ଜାରି ରହିଛି । ଭାରତରେ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ଚିକିତ୍ସା ବ୍ୟବସ୍ଥା ମହଜୁଦ ରଖିବା ପାଇଁ ସବୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଭାଇରାସ ଭାରତର ହଡ଼ ଇମ୍ୟୁନିଟି ମଧ୍ୟରେ ଏତେ ସହଜରେ ବ୍ୟାପି ପାରିବନି ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ଜୟନ୍ତ ପଣ୍ଡା । କାରଣ ପୂର୍ବରୁ କୋଭିଡର ମ୍ୟୁଟାଣ୍ଟ ଓମିକ୍ରନ ଓ BF.5 ଭାଇରସ ଆସିଥିଲେ ସୁଦ୍ଧା ଭାରତରେ ତାହା ଅଧିକ ମାତ୍ରାରେ ପ୍ରଭାବ ପକାଇ ପାରି ନଥିଲା । ତେଣୁ ଏହି ଭାଇରସ ମଧ୍ୟ ସେହି ଅନୁପାତରେ କୌଣସି ବିଶେଷ ପ୍ରଭାବ ପକାଇ ପାରିବ ନାହିଁ ବୋଲି ଅନୁମାନ କରାଯାଉଛି । କିନ୍ତୁ ପୂର୍ବ ପରି ଯେପରି ମାସ୍କ, ସାନିଟାଇଜର, ଭିଡ଼କୁ ନଯିବା ଇତ୍ୟାଦି ନିର୍ଦ୍ଧେଶାବଳୀ ମାନିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । ଇଟିଭି ଭାରତ, କଟକ

Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.