Operation Karuna: ବାତ୍ୟା ‘ମୋକା’ରେ କ୍ଷତିଗ୍ରସ୍ତ ମିଆଁମାର, ଭାରତ ବଢାଇଲା ସହାୟତାର ହାତ

By

Published : May 18, 2023, 8:27 PM IST

thumbnail

ନୂଆଦିଲ୍ଲୀ: ବାତ୍ୟା ‘ମୋକା’ ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ପଡୋଶୀ ମିଆଁମାରକୁ ସହାୟତାର ହାତ ବଢାଇଛି ଭାରତ । ‘ଅପରେସନ କରୁଣା’ ଜରିଆରେ ନୌସେନା ଜାହାଜରେ ମିଆଁମାରକୁ ଜରୁରୀ ସହାୟତା ପଠାଯାଇଛି । ଭାରତୀୟ ନୌସେନାର 2 ଜାହାଜ ‘ଆଇଏନଏସ ଶିବାଲିକ’, ‘ଆଇଏନଏସ ସାବିତ୍ରୀ’ ଏହି ଅପରେସନରେ ମିଆଁମାର ରାଜଧାନୀ ୟାଂଗୋନ ବନ୍ଦରରେ ପହଞ୍ଚିଛନ୍ତି । ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପ ସରଞ୍ଜାମ, ଖାଦ୍ୟ, ଔଷଧ ଓ ମେଡିକାଲ ଉପକରଣ ପରି ଅତ୍ୟାବଶ୍ୟକ ସାମଗ୍ରୀ ଏହି ସହୟତା ସିପମେଣ୍ଟରେ ପଠାଯାଇଛି । ଅନ୍ୟ ଦୁଇଟି ନୌସେନା ଜାହାଜ ମଧ୍ୟ ଆସନ୍ତାକାଲି ଏହି ଅପରେସନରେ ସାମିଲ ହେବା ନେଇ ସୂଚନା ମିଳିଛି ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’ ପୂର୍ବ ଭାରତୀୟ ଉପକୂଳରେ ଲ୍ୟାଣ୍ଡ୍‌ଫଲ୍‌ କରିବା ନେଇ ପ୍ରାରମ୍ଭିକ ଆକଳନ କରାଯାଇଥିଲା । ପରେ ଏହାର ଗତିପଥରେ ପରିବର୍ତ୍ତନ ଘଟି ଏହା ଉତ୍ତର-ପଶ୍ଚିମ ମୁହାଁ ହୋଇ ମିଆଁମାର ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା । ଏଥିରେ ବାଂଲାଦେଶର କିଛି ଅଂଶ ସମେତ ମିଆଁମାରରେ ସର୍ବାଧିକ ପ୍ରଭାବିତ ହୋଇଛି । ନିକଟରେ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟରେ ଭାରତ ନିଜର ନୈତିକ ଦାୟିତ୍ବ ସ୍ବରୂପ ବିଭିନ୍ନ ଦେଶକୁ ସହୟତା ଯୋଗାଇ ଆସିଛି । ତୁର୍କୀରେ ହୋଇଥିବା ପ୍ରଳୟଙ୍କକାରୀ ଭୂକମ୍ପରେ ମଧ୍ୟ ଭାରତ ପକ୍ଷରୁ ‘ଅପରେସନ ଦୋସ୍ତ’ ଆରମ୍ଭ କରାଯାଇଥିଲା । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.