ଚାଲୁଚାଲୁ ଜଳିଗଲା ମିନି ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

By

Published : Jan 2, 2023, 5:35 PM IST

Updated : Feb 3, 2023, 8:38 PM IST

thumbnail

ବାଲେଶ୍ବର: ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ଆଜି ସୋମବାର ସକାଳ ବେଳେ ଏକ ମିନି ଟ୍ରକରେ ନିଆଁ ଲାଗିଯିବା ଦେଖିବାକୁ ମିଳିଥିଲା।ବାଲେଶ୍ଵରରୁ ପଶ୍ଚିମବଙ୍ଗ ଅଭିମୁଖେ ଘରୋଇ ଆସବାବପତ୍ର ନେଇ ଯାଉଥିବା ଏକ ଚଳନ୍ତା ମିନି ଟ୍ରକରେ ହଠାତ ଅଗ୍ନିକାଣ୍ଡ ଘଟି ସମସ୍ତ ସମଗ୍ରୀ ପୋଡି ଛାରଖାର ହୋଇ ଥିବା ବେଳ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଗାଡ଼ିରେ ନିଆଁ ଲାଗି ଥିବା ଚାଳକ ଜାଣିବା ପରେ ଟ୍ରକ ସାଇଡ କରି ରାସ୍ତା ପାର୍ଶ୍ବରେ ଛିଡା କରି ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ବସ୍ତା ଅଗ୍ନିଶମ ବିଭାଗ ଖବର ଦେଇଥିଲେ। ଏନେଇ ସଙ୍ଗେ ସଙ୍ଗେ ବସ୍ତା ଅଗ୍ନିଶମ ବିଭାଗ ର ଦୁଇଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.