ସଭାପତି ହେବା ପରେ ମନମୋହନଙ୍କ ପ୍ରତିକ୍ରିୟା, ଜନତା ଯାହା ଚାହିଁବେ ଆମେ ତାହା କରିବୁ

By

Published : Mar 23, 2023, 2:01 PM IST

Updated : Mar 24, 2023, 7:58 AM IST

thumbnail

ଭଦ୍ରକ: ବଦଳିଛନ୍ତି ବିଜେପି ରାଜ୍ୟ ସଭାପତି । ସମୀର ମହାନ୍ତିଙ୍କ ସ୍ଥାନରେ ରାଜ୍ୟ ବିଜେପି ମଙ୍ଗ ଧରିଛନ୍ତି ମନମୋହନ ସାମଲ । 2024 ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବାକୁ ରାଜ୍ୟ ବିଜେପିରେ ବଡ ପରିବର୍ତ୍ତନ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନ ସାମଲଙ୍କୁ ରାଜ୍ୟ ବିଜେପି ସଭାପତି ନିଯୁକ୍ତ କରିଛନ୍ତି । ରାଜ୍ୟ ବିଜେପି ମଙ୍ଗ ଧରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ । ସେ କହିଛନ୍ତି,'' ମୋ ଉପରେ ଦଳ ଯେଉଁ ବିଶ୍ବାସ କରିଛି ମୋ ପାରୁ ପର୍ଯ୍ୟନ୍ତ ମୁଁ କାର୍ଯ୍ୟ କରିବି । ସାଧାରଣ ଲୋକ ନିର୍ବାଚନ ଲଢିବେ । ଜନତା ଯାହା ଚାହିଁବେ ଆମେ ତାହା କରିବୁ । ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ରାଜ୍ୟରେ ଚାଲିଥିବା ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୋଧରେ ଲଢିବ ବିଜେପି । 14ରୁ 15 ବର୍ଷ ହେବ ସାଧାରଣ ଲୋକ ଯେଉଁ ଭଳି ଭାବେ ଅତିଷ୍ଠ ହୋଇ ଅଛନ୍ତି ସେ ସରକାରର ପତନ ଚାହୁଁଛନ୍ତି ଓ ବିକଳ୍ପ ଭାବେ ବିଜେପିକୁ ଚାହୁଁଛନ୍ତି । ଯେଉଁ ଗୁରୁଦାୟିତ୍ବ ମିଳିଛି ତାକୁ ତୁଲାଇବି । ଲୋକ ତାତିଛନ୍ତି ମାତିଛନ୍ତି ଆହୁରି ମାତିବେ ଏହି ଅସନ୍ତୋଷର ବିସ୍ଫୋରଣ ହେବ । ପରିବର୍ତ୍ତନ ହେବ ।''

Last Updated : Mar 24, 2023, 7:58 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.