Watch Video: ଧାରଣାସ୍ଥଳରେ ଗୀତ ଗାଇଲେ ଦିଦି

By

Published : Mar 30, 2023, 12:04 PM IST

thumbnail

କୋଲକାତା: ଧାରଣା ସ୍ଥଳରେ ଗୀତ ଗାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ବିରୋଧରେ ଗତକାଲି(ବୁଧବାର) ଠାରୁ ଧାରଣାରେ ବସିଥିବା ବେଳେ ଆଜି ଗୀତ ଗାଇ ପ୍ରତିବାଦ କରିଛନ୍ତି ମମତା ବାନାର୍ଜୀ । ସରକାରୀ ଯୋଜନାରେ ପାଣ୍ଠି ନଦେବା ନେଇ ବେଙ୍ଗଲି ଗୀତ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି ସେ । ଧର୍ମତାଲା ସ୍ଥିତ ସହିଦ ମିନାର ନିକଟରେ ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । 

ଅନ୍ୟପଟେ ଗତକାଲି ଦିଲ୍ଲୀ ସଂସଦ ପରିସରରେ ଟିଏମସି ସାଂସଦ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟରେ ଇନ୍ଦିରା ଆବାସ ଯୋଜନାରେ ପାଣ୍ଠି ବନ୍ଦ କରିବା ଓ ଓବିସି ଛାତ୍ରଙ୍କ ପାଇଁ ବୃତ୍ତି ବନ୍ଦ କରାଯାଇଥିବା ଅଭିଯୋଗ ଆଣିଛନ୍ତି ମମତା । ଧାରଣାସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ଟିଏମସି କର୍ମୀ ଉପସ୍ଥିତ ରହିଛନ୍ତି । ଆଜି ଧାରଣାର ଶେଷଦିନ । ତେବେ ଚଳିତ ବଜେଟରେ ରାଜ୍ୟ ପାଇଁ କିଛି ନଥିବା ପୂର୍ବରୁ ଅଭିଯୋଗ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.