ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ ଗାଏବ, ରୋଗୀ ହନ୍ତସନ୍ତ

By

Published : Jun 22, 2023, 5:35 PM IST

thumbnail

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ୧୫ ଘଣ୍ଟା ଧରି ଠପ୍ ରହିଛି ବିଦ୍ୟୁତ ଯୋଗାଣ । ଗତକାଲି ରାତି ୧୧ ଟା ସମୟରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା ଏହି ସମୟରେ ପ୍ରବଳ ମାତ୍ରାରେ ବଜ୍ରପାତ ହେବାରୁ ମୁଖ୍ଯ ଚିକିତ୍ସାଳୟରେ ଥିବା ୩ଟି ଟ୍ରାନ୍ସଫର୍ମର ମଧ୍ଯରୁ ଗୋଟିଏ ଖରାପ ହୋଇଯାଇଥିଲା । ଯାହା ଫଳରେ ଚିକିତ୍ସାଳୟର ୫୦% ୱାର୍ଡ ଓ ଲିଫ୍ଟ ଗୁଡିକରେ ଗତକାଲି ରାତିଠାରୁ ବିଦ୍ୟୁତ ସେବା ନାହିଁ । ଯାହାଫଳରେ ଉପର ମହଲାକୁ ଯିବା ଆସିବା କରିବାପାଇଁ ବ୍ୟବହାର କରାଯାଉଥିବା ଲିଫ୍ଟ ଗୁଡିକ ବନ୍ଦ ହୋଇଯାଇଛି । ଯେଉଁଥିପାଇଁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଚିକିତ୍ସାଳୟରେ ଅନୁପସ୍ଥିତ ଥିଲେ । ତେବେ ମୁଖ୍ଯ ଚିକିତ୍ସାଳୟ ପରିଚାଳକଙ୍କ କହିଛନ୍ତି, "ଗତକାଲିଠାରୁ କରେଣ୍ଟ ଯିବା ପରେ ତୁରନ୍ତ 2ଟି ବଡ ଡିଜି ଚାଲୁ କରାଯାଇ ଜରୁରୀକାଳିନ ବିଭାଗ ଗୁଡିକୁ କରେଣ୍ଟର ବ୍ୟବସ୍ଥା କରାଯାଇଛି । ଯାହା ଦ୍ବାରା ରୋଗୀଙ୍କର ଚିକିତ୍ସାରେ କୌଣସି ବାଧା ସୃଷ୍ଟି ହୋଇନାହିଁ" ।

ଏହାସହ ଗତକାଲି କରେଣ୍ଟ ଯିବା ପରେ ଚିକିତ୍ସାଳୟ ପକ୍ଷରୁ ଟାଟାପାୱରକୁ ଯୋଗାଯୋଗ କରାଯାଇଥିଲା। ଏହା ପରେ ବିଜୁଳି ବିଭାଗ କର୍ମଚାରୀମାନେ ରାତି ତମାମ ଟ୍ରାନ୍ସଫର୍ମର ସଜାଡିଥିଲେ । ତେବେ ଗତକାଲି ରାତିଠାରୁ ବର୍ତ୍ତମାନ ସୁଧା ଟ୍ରାନ୍ସଫର୍ମର କାମ ଚାଲୁ ରଖିଛନ୍ତି ଟାଟା ପାୱାର କର୍ମଚାରୀ । ଆଜି ସଂଧ୍ଯା ସୁଧା ବିଦ୍ୟୁତ ସଂଯୋଗ କରାଯିବ ବୋଲି କହିଛନ୍ତି ହସ୍ପିଟାଲ ମ୍ୟାନେଜର । 
 

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.