ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ଉଦଯାପିତ, ପୁଣି ଦୁଇ ବର୍ଷ ପରେ ଫେରିବେ ମା'

By

Published : May 2, 2023, 9:19 AM IST

thumbnail

ବ୍ରହ୍ମପୁର: ଦୀର୍ଘ ୨୮ ଦିନ ଧରି ଆୟୋଜିତ ହୋଇଆସୁଥିବା ବ୍ରହ୍ମପୁର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରା ପାରମ୍ପାରିକ ରୀତିନୀତିରେ ଉଦଯାପିତ ହୋଇଯାଇଛି । ମୁଖ୍ୟପୀଠରୁ ମାଆଙ୍କ ନିମନ୍ତ୍ରଣ ପାଇଁ ବାପ ଘରକୁ ଯାଇଥିବା ଶହସ୍ରାକ୍ଷୀ ଘଟ ନିୟମ ଅନୁଯାୟୀ ପ୍ରଥମେ ବାହାରିବା ପରେ ପଛରେ ମା'ଙ୍କ ମୁଖ୍ୟ ଘଟ ଅସ୍ଥାୟୀ ମନ୍ଦିରରୁ ମୁଖ୍ୟ ମନ୍ଦିର ଅଭିମୁଖେ ବାହାରିଥିଲା । ଶେଷ ଦିନରେ ମା'ଙ୍କ ମୁଖ୍ୟ ଘଟ ସହିତ ସମସ୍ତ ପାର୍ଶ୍ବବର୍ତ୍ତୀ ଆଠଟି ଘଟ ବିଭିନ୍ନ ସାହି ପରିକ୍ରମା କରିବା ପରେ ମା' ବିଳମ୍ବିତ ରାତ୍ରିରେ ନିଜ ମୁଖ୍ୟ ପୀଠରେ ପହଞ୍ଚିଥିଲେ । ପ୍ରତ୍ୟେକ ଝିଅ ଯେପରି ବାପଘରୁ ଶାଶୁଘରକୁ ଯିବାବେଳେ ସମସ୍ତ ପ୍ରକାର ଭାର ଦିଆଯାଇଥାଏ ସେହିପରି ମା'ଙ୍କ ବାପଘର ପକ୍ଷରୁ ସମସ୍ତ କାର୍ଯ୍ୟ ସମ୍ପାଦନା କରାଯାଇଛି  । ମା'ଙ୍କୁ ଦୁଃଖର ସହ ବିଦାୟ ଦିଆଯାଇଛି  । ପୁଣି ମା' ଦୁଇ ବର୍ଷ ପରେ ଭକ୍ତଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ ଦେବାର ଭରସା ଦେଇ ବିଦାୟ ନେଇଛନ୍ତି । ଏହି ସମୟରେ ମା'ଙ୍କୁ ମୁଖ୍ୟ ପୀଠରେ ଛାଡିବା ପାଇଁ ସହରର ବିଭିନ୍ନ ସାହିର ହଜାର ହଜାର ମହିଳା ଘଟଧାରୀ ଅସ୍ଥାୟୀ ମନ୍ଦିରରୁ ବାହାରି ସହର ପରିକ୍ରମା କରିବା ପରେ ମୁଖ୍ୟପୀଠରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ସେପଟେ ଶେଷ ଦିନରେ ହଜାର ହଜାର ସଂଖ୍ୟାରେ ମହିଳାଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.