ମୃତଦେହକୁ ମିଳୁନି ଶେଷ ସମ୍ମାନ: ସତ୍କାର ପାଇଁ କାଠର ଅଭାବ, ହନ୍ତସନ୍ତ ଲୋକେ

By

Published : Aug 4, 2023, 1:46 PM IST

thumbnail

ସୋନପୁର: ବର୍ଷା ଦିନରେ ମୃତଦେହ ସତ୍କାର ପାଇଁ କାଠର ଘୋର ଅଭାବ । ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସୋନପୁର ସହରର ରାମେଶ୍ବର ପୀଠ ଓ ବାବା ଗୋକର୍ଣ୍ଣେଶ୍ବର ପୀଠ ନିକଟସ୍ଥ ସ୍ବର୍ଗଦ୍ବାରରେ ଦାହ କାର୍ଯ୍ୟ ହୋଇଥାଏ । ହେଲେ ଏବେ ଅନ୍ତିମ ସଂସ୍କାର କରିବାକୁ ଜାଳେଣୀ କାଠର ଘୋର ଅଭାବ ଦେଖା ଦେଇଛି । ମନ୍ଦିର କମିଟି ଗୁଡିକ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ କାଠ ଯୋଗାଡ କରି ଅନ୍ତିମ ସଂସ୍କାର ପାଇଁ ଯୋଗାଇ ଦିଆଯାଉଛି ।

ଲୋକେ ଅନ୍ତିମ ସଂସ୍କାର କରିବା ପାଇଁ ପୁରୁଣା ଗଛ ଗୁଡିକ ଉଭୟ କମିଟିକୁ ମାଗଣାରେ ବି ଅନେକ ସମୟରେ ଯୋଗାଇ ଦେଉଛନ୍ତି । ହେଲେ ବିଶେଷକରି ପ୍ରତିବର୍ଷ ବର୍ଷା ଦିନରେ କାଠର ଅଭାବ ଦେଖିବାକୁ ମିଳୁଛି । ମନ୍ଦିର କମିଟି ଗୁଡିକ ପାଖରେ କାଠ ନଥିଲେ ଲୋକେ କାଠ ଯୋଗାଡ କରିବାକୁ ବେଶ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଦୀର୍ଘ ସମୟ ଯାଏଁ ସ୍ବର୍ଗଦ୍ବାର ଗୁଡିକରେ ମୃତଦେହ ଦାହ ପାଇଁ ଅପେକ୍ଷା କରିବାକୁ ପଡୁଛି । ସଦର ପୌର ପରିଷଦ ଓ ଜିଲ୍ଲା ବନ ବିଭାଗ ପାଖରେ ତମାମ ବର୍ଷ କାଠ ଯୋଗାଇ ଦେବା ପାଇଁ ଦାବି ହୋଇ ଆସୁଛି । କିନ୍ତୁ ଉଭୟଙ୍କ ଭିତରେ ସମନ୍ବୟର ଅଭାବ ଯୋଗୁଁ କାଠର ଅଭାବ ଦେଖିବାକୁ ମିଳୁଛି । ତେବେ ଏହି ସମ୍ବେଦନଶୀଳ ବିଷୟ ଉପରେ ଉଭୟ ପୌର ପରିଷଦ ଓ ବନ ବିଭାଗ ହୃଦୟତାର ସହିତ ବିଚାର କରି କାଠ ଯୋଗାଇ ଦେବାକୁ ଦେବୋତ୍ତର କମିଟି ସଭ୍ୟ ଶ୍ୟାମା ଓଁ ପ୍ରସାଦ ମିଶ୍ର ଦାବି କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.