ଠାକୁରାଣୀ ଯାତ୍ରାରେ ରଥ ଅନୁକୂଳ: ମା'ଙ୍କୁ ଶୀତଳ ପ୍ରଦାନ କରେ ବିଞ୍ଛଣା ରଥ

By

Published : Apr 17, 2023, 12:44 PM IST

thumbnail

ବ୍ରହ୍ମପୁର: ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁର ସହରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାର ଅନ୍ଯତମ ଆକର୍ଷଣ ରହିଥାଏ ବିଭିନ୍ନ ସାହିର ରଥ ଓ କଳାକୁଞ୍ଜ । ମୁଖ୍ଯତଃ ଯାତ୍ରାର ଦ୍ୱିତୀୟ ସପ୍ତାହର ଶେଷ ସମୟରେ ଆରମ୍ଭ ହୋଇଯାଇଥାଏ ସହରର ବିଭିନ୍ନ ସାହିରେ ରଥ ଉନ୍ମୋଚନ କାର୍ଯ୍ୟ । ଯାତ୍ରାର ବିଭିନ୍ନ ରଥ ଓ କଳାକୁଞ୍ଜ ଉନ୍ମୋଚନ ପୂର୍ବରୁ ମା'ଙ୍କ ପ୍ରିୟର ରଥ କୁହାଯାଉଥବା ବିଞ୍ଛଣା ରଥ ଚଳିତବର୍ଷ ଉନ୍ମୋଚିତ ହୋଇଯାଇଛି । 


ଚଳିତବର୍ଷ ଯାତ୍ରାରେ ତ୍ରୟୋଦଶ ଦିବସରରେ ମା'ଙ୍କ ପ୍ରିୟ ବିଞ୍ଛଣା ରଥ ଉନ୍ମୋଚିତ ହୋଇଥିଲା ।  ପରମ୍ପରା ଅନୁଯାୟୀ ମା' ବାପଘରକୁ ଆସିବା ପରେ ପ୍ରତ୍ୟେକ ସନ୍ଧ୍ୟାରେ ଆଳତି ପରେ ମା'ଙ୍କ ମୁଖ୍ଯ ଘଟ ସହିତ ଆଠ ଗୋଟି ପାର୍ଶ୍ୱ ଘଟ ବାହାରିଥାଏ  । ବିଞ୍ଛଣା ରଥ ଉନ୍ମୋଚିତ ହେବା ସମୟରେ ମା' ମହୁରୀ ରାଜବାଟୀକୁ ନଯାଇ ସିଧାସଳଖ ନିଜର ପ୍ରିୟ ବିଞ୍ଛଣା ରଥ ନିକଟରେ ପହଞ୍ଚି ତାରି ଚତୁଃପାର୍ଶ୍ୱରେ ତିନି ଥର ପରିକ୍ରମା କରିବା ପରେ ମହୁରୀ ରାଜବାଟି ଅଭିମୁଖେ ଯାଇଥାଆନ୍ତି । ବିଶ୍ବାସ ରହିଛି ମା'ଙ୍କୁ ଶୀତଳ ପ୍ରଦାନ କରେ ବିଞ୍ଛଣା ରଥ । କୁହାଯାଏ ଯାତ୍ରାର ପରମ୍ପରା ସହିତ କାହିଁ କେଉଁ କାଳରୁ ଏପରି ବିଞ୍ଛଣା ରଥ ରହିଆସିଛି । ଏହି ଅବସରରେ ସାହିବାସିନ୍ଦା ଏବଂ ବ୍ରହ୍ମପୁର ସହର ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ଯ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.