ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ, କୋଭିଡ଼ ଯୋଦ୍ଧା ସମ୍ବର୍ଦ୍ଧିତ

By

Published : Aug 15, 2022, 1:18 PM IST

Updated : Feb 3, 2023, 8:26 PM IST

thumbnail

୭୬ତମ ବର୍ଷ ସ୍ବାଧୀନତା ଦିବସକୁ କେନ୍ଦ୍ରାପଡ଼ା କଲେଜ ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ହୋଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜ ଯୋଗଦେଇ ନିଜ ଅଭିଭାଷଣରେ ଜିଲ୍ଲାର ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏଠାକାର ଅଧିବାସୀ ଠିକ ସମୟରେ ନିଜର ଧୈର୍ଯ୍ୟ ପ୍ରଦର୍ଶନ କରି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥିବାବେଳେ, କୋଭିଡ ମହାମାରୀ ଭଳି ବିପର୍ଯ୍ୟୟକୁ ସମ୍ମୁଖୀନ ହୋଇଛନ୍ତି । ଜିଲ୍ଲାରେ ପାନୀୟଜଳ, ଯୋଗାଯୋଗ ଓ ଅନ୍ୟ ବିଭାଗ ଗୁଡିକରେ ପରିଚାଳନା ପାଇଁ ଜିଲ୍ଲା ଶତ ପ୍ରତିଶତ ଯୋଗଦାନ ରହିଛି । କୃଷି ସମେତ ଆଗାମୀ ଶିଳ୍ପ ପ୍ରତିଷ୍ଠା ପାଇଁ ନୂଆ ଆଶା ସଞ୍ଚାର ଜିଲ୍ଲାବାସୀଙ୍କୁ ଆତ୍ମନିର୍ଭରଶୀଳ ହେବା କ୍ଷେତ୍ରରେ ସହଯୋଗ କରିଛି । ଏଥିସହିତ ମିଶନଶକ୍ତିରେ ଜିଲ୍ଲାର ମହିଳା ମାନଙ୍କ ଯୋଗଦାନ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିପାରିଛି ବୋଲି କହିଛନ୍ତି ଜିଲ୍ଲାପାଳ । ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ସଫେଇ କର୍ମଚାରୀ, କୃତୀ ଛାତ୍ରଛାତ୍ରୀଙ୍କ ଭଳି ୨୦ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Feb 3, 2023, 8:26 PM IST

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.