ରାଜଧାନୀର କାଜୁ ଗଣେଶ, ପୂଜା ସହ ସଚେତନତାର ବାର୍ତ୍ତା ଦେଇଛି ମହାଦେବ ୟୁଥ୍‌ କ୍ଳବ

By ETV Bharat Odisha Team

Published : Sep 20, 2023, 1:10 PM IST

thumbnail

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜମୁଛି ଗଣେଶ ପୂଜା । ବିଭିନ୍ନ ମଣ୍ଡପମାନଙ୍କରେ ଶୋଭା ପାଉଛନ୍ତି ବିଘ୍ନବିନାଶକ ଶ୍ରୀଗଣେଶ । ତେବେ ଭୁବନେଶ୍ବରର ଗାଡ଼କଣ ଗାଁର ମହାଦେବ ୟୁଥ୍‌ କ୍ଳବ ପକ୍ଷରୁ କରାଯାଇଛି କାଜୁ ଗଣେଶ । ପରିବେଶ ସଚେତନତା ବାର୍ତ୍ତା ନେଇ ରାସାୟନିକ ରଙ୍ଗ ବଦଳରେ କାଜୁରେ ନିର୍ମିତ ହୋଇଛି ଗଣେଶଙ୍କ ମୂର୍ତ୍ତି । 

ତେବେ ୧୬ କିଲୋ କାଜୁରେ ନିର୍ମିତ ହୋଇଛି ଏହି ଗଣେଶ ମୂର୍ତ୍ତି । ଏହି ମୂର୍ତ୍ତିକୁ ନିର୍ମାଣ କରିବାକୁ ପାଖାପାଖି 20 ଦିନ ଲାଗିଥିବା କହିଛନ୍ତି କ୍ଲବ ସଦସ୍ୟ । ଏହି ଆକର୍ଷଣୀୟ ମୂର୍ତ୍ତି ଦେଖିବାକୁୁ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ସେପଟେ ଦୁଇ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଶନିବାର ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା କମିଟି କହିଛି । ତେବେ ଗତ ବର୍ଷ ମଧ୍ୟ ବିସ୍କୁଟ୍‌ରେ ମୂର୍ତ୍ତି ତିଆରି କରି ପ୍ରଂଶସା ସାଉଁଣ୍ଟିଥିଲେ ଏହି ୟୁଥ୍‌ କ୍ଲବ । ତେବେ ବିସର୍ଜନ ବେଳେ ଯେପରି ଜଳ କିମ୍ୱା ପରିବେଶ ପ୍ରଦୂଷଣ ନହୁଏ ତାକୁ ଦୃଷ୍ଟିରେ ରଖି ଏଭଳି ନିଆରା ମୂର୍ତ୍ତି ତିଆରି କରିଥାନ୍ତି ଏକି କ୍ଲବ ସଦସ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.