ଭାରତର ପ୍ରଥମ ବୁଲେଟ ଟ୍ରେନ୍‌ ଟର୍ମିନାଲ; ପ୍ରଥମ ଝଲକ ସେୟାର କଲେ ରେଳମନ୍ତ୍ରୀ

By ETV Bharat Odisha Team

Published : Dec 8, 2023, 9:04 AM IST

thumbnail

ଗାନ୍ଧୀନଗର: ଗୁଜୁରାଟର ଅହମ୍ମଦାବାଦରେ ନିର୍ମାଣ ହୋଇଛି ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଟର୍ମିନାଲ୍‌ । ସାବରମତି ମଲ୍ଟିମୋଡାଲ ଟ୍ରାନ୍ସପୋର୍ଟ ହବ୍‌ରେ ଏହି ଟର୍ମିନାଲ ନିର୍ମିତ ହୋଇଛି  । ଗୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହାର ଭିଡିଓ ସେୟାର କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭିଡିଓରେ ଦେଶର ସାଂସ୍କୃତିକ ଐତିହ୍ୟ ସହ ଆଧୁନିକ ସ୍ଥାପତ୍ୟର ଝଲକ ଟର୍ମିନାଲରେ ଦେଖିବାକୁ ମିଳିଛି  । ଅତ୍ୟାଧୁନିକ ସୁବିଧାସୁଯୋଗ ସହିତ ସୁସଜ୍ଜିତ ଏହି ଟର୍ମିନାଲ ବା ଜଙ୍କସନ ଭାରତର ପ୍ରଥମ ବୁଲେଟ ଟ୍ରେନ ଯାତ୍ରୀଙ୍କୁ ସେବା ଯୋଗାଇବାକୁ ଯାଉଛି, ଯାହାକି ଅହମ୍ମଦାବାଦରୁ ମୁମ୍ବାଇ ପର୍ଯ୍ୟନ୍ତ ଚଳାଚଳ କରିବ  । ଏହାଦ୍ବାରା ଦୁଇ ପ୍ରମୁଖ ସହର ମଧ୍ୟରେ ଯାତାୟତ ସମୟ ପାଖାପାଖି ୨ ଘଣ୍ଟା କମିଯିବ  ।

ଏହା ମଧ୍ୟ ପଢନ୍ତୁ: ଚପଲ ଦେଖାଇ ହାତୀ ତଡିବାକୁ ଚେଷ୍ଟା କଲେ ଯୁବକ; ଆଉ ତା' ପରେ...

ନବନିର୍ମିତ ଟର୍ମିନାଲର ଭିଡିଓ ସେୟାର କରି ଅଶ୍ବିନୀ ବୈଷ୍ଣବ ଲେଖିଛନ୍ତି, "ଭାରତର ପ୍ରଥମ ବୁଲେଟ ଟର୍ମିନାଲ ! ସାବରମତି ମଲ୍ଟିମୋଡାଲ ଟ୍ରାନ୍ସପୋର୍ଟ ହବ୍‌ରେ ନିର୍ମିତ" । ଏଥିରେ ଏୟାରପୋର୍ଟ ଭଳି ଆକର୍ଷଣୀୟ ଲାଉଞ୍ଜ ସହ ଗାଡିମୋଟର ଚଳାଚଳ ପାଇଁ ରାସ୍ତା ମଧ୍ୟ ତିଆରି ରହିଛି  । ଜାପାନ ସରକାରଙ୍କ ଉଭୟ ବୈଷୟିକ ଏବଂ ଆର୍ଥିକ ସହୟତାରେ ଏହି ପ୍ରକଳ୍ପର ନିର୍ମାଣ କରାଯାଇଛି । ଏଥିପାଇଁ ପାଖାପାଖି ୧ କୋଟି ୮ ହଜାର କୋଟି ଟଙ୍କା ବ୍ୟୟ ହେବା ନେଇ ସରକାର ଆକଳନ କରୁଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.