Cyclone Mocha Update: ବାଂଲାଦେଶ-ମିଆଁମାର ମୁହାଁ ବାତ୍ୟା ! ଓଡିଶାକୁ ନାହିଁ ବାତ୍ୟା ଭୟ: IMD DG

By

Published : May 8, 2023, 4:30 PM IST

thumbnail

ଭୁବନେଶ୍ବର:  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ।  ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି ।  ଆସନ୍ତାକାଲି (ମଙ୍ଗଳବାର) ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ।  ମେ 10 ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ  ବଙ୍ଗୋପସାଗରରେ ସୃଷ୍ଟି ହେବ ସାମୁଦ୍ରିକ ଝଡ । ସେପଟେ ଓଡ଼ିଶାକୁ ବାତ୍ୟା ଭୟ ନ ଥିବା କହିଛନ୍ତି  ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣପୂର୍ବ ବଙ୍ଗୋପସାଗରରୁ ଉତ୍ତର ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଯିବ । ପରବର୍ତ୍ତୀ ସମୟରେ ସାମୁଦ୍ରିକ ଝଡ଼ର ରୂପ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। 11 ପରେ ରିକର୍ଭ କରି ବାଲାଂଦେଶ-ମିଆଁମାର ମୁହାଁ ହେବ ବାତ୍ୟା।  ଆଣ୍ଡାମାନରେ ଆଜିଠୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।  ତେବେ ବର୍ତ୍ତମାନ ସୁଦ୍ଧା ଉପକୂଳ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.