Cyclone Biparjoy: ଅଶାନ୍ତ ପଶ୍ଚିମ ଉପକୂଳ, 15ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ

By

Published : Jun 12, 2023, 5:47 PM IST

thumbnail

ନୂଆଦିଲ୍ଲୀ/ମୁମ୍ବାଇ: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟକୁ ନେଇ ସମଗ୍ର ପଶ୍ଚିମ ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । 15 ତାରିଖରେ ଏହା ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବାକୁ ଯାଉଥିବା ବେଳେ ଏହାର ପ୍ରଭାବ ଆଜି ଠାରୁ ଅନୁଭୂତ ହେବା ଆରମ୍ଭ ହେଲାଣି । ମୁମ୍ବାଇ ଉପକୂଳରେ ସମୁଦ୍ର ଅଶାନ୍ତ ରହିଛି । ଗୁଜୁରାଟ ଓ ମହାରାଷ୍ଟ୍ର ଉପକୂଳରେ ହାଇଆଲର୍ଟ ଜାରି ରହିଛି । କାଣ୍ଡଲା ଓ ମୁମ୍ବାଇ ବନ୍ଦରର ସମସ୍ତ ଅପରେସନ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । 

ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଗୁଜୁରାଟରେ NDRF ଓ ରାଜ୍ୟର ସମସ୍ତ ଜରୁରୀ ବିଭାଗକୁ ସଜାଗ ରଖାଯାଇଛି । 15 ତାରିଖ (ଗୁରୁବାର) ମଧ୍ୟାହ୍ନ ସୁଦ୍ଧା ଏହା କଚ୍ଚ ଓ ସୌରାଷ୍ଟ୍ର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ସର୍ବାଧିକ 125 କି.ମି ରହିବା ନେଇ ଆକଳନ କରାଯାଇଛି । ଏହା ସହ 20 ସେ.ମି ପର୍ଯ୍ୟନ୍ତ ପ୍ରବଳ ବର୍ଷା କାରଣରୁ ବନ୍ୟା ଓ ଜଳବନ୍ଦୀ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଦେଖନ୍ତୁ ‘ବିପର୍ଯ୍ୟୟ’ ନେଇ ରହିଛି କ’ଣ ରହିଛି ତାଜା ସ୍ଥିତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.