ସାହି ପରିକ୍ରମା କରୁଛନ୍ତି ମାଆ, ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ

By

Published : Apr 10, 2023, 9:36 AM IST

thumbnail

ବ୍ରହ୍ମପୁର: ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ରବିବାର ଦିନ ଷଷ୍ଠ ଦିନରେ ପହଞ୍ଚିଥିଲା । ବହୁ ଆଡମ୍ବରରେ ଚାଲିଛି ମାଆଙ୍କର ଦ୍ବିବାର୍ଷିକ ଯାତ୍ରା । ଶଙ୍ଖ, ହୁଳହୁଳି, ପଟୁଆରରେ କମ୍ପୁଛି ପୁରା ଇଲାକା । ମାଆ ଶାଶୁ ଘର ଛାଡି ବାପଘରକୁ ଆସିଥିବା ବେଳେ ପ୍ରତି ଘରେ ବନ୍ଧୁ ପରିଜନଙ୍କ ଆସର ଜମିଛି । ଦେଶୀବେହେରା ସାହି ସ୍ଥିତ ମାଆଙ୍କ ଅସ୍ଥାୟୀ ମଣ୍ଡପରେ ପ୍ରତିଦନ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି । ଜିଲ୍ଲା ବାହାରୁ ମାନସିକ କରି ଅନେର ଭକ୍ତ ଆସୁଛନ୍ତି । କୁହାଯାଏ ମାଆଙ୍କ କରୁଣା ଅପାର । ଥରେ ହୃଦୟର ସହକାରେ ମାଆ ବୋଲି ଡାକିଦେଲେ ଭକ୍ତକୁ ଉତ୍ତର ଦିଅନ୍ତି କରୁଣାମୟୀ । ତାଙ୍କ ନିକଟରେ ଯିଏ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ ।  

ରବିବାର ଯାତ୍ରାର ଷଷ୍ଠ ଦିନ ରହିଥିବା ବେଳେ ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଛି । ସନ୍ଧ୍ୟା ଆଳତୀ ପରେ ମାଆଙ୍କ ଘଟ ପରିକ୍ରମା କରାଯାଇଥିଲା । ଧର୍ମଝଣ୍ଡା ନିକଟରେ ଶ୍ରଦ୍ଧାଳୁାମାନେ ପୂଜାର୍ଚ୍ଚନା ଜାରି ରଖିଛନ୍ତି । ହଳଦି ପାଣି ଏବଂ ପଣା ଢାଳିବାର ନିୟମ ରହିଥିବା ବେଳେ ଚୁଡି ଏବଂ ନାଳି କପଡା ବାନ୍ଧିଛନ୍ତି ଶ୍ରଦ୍ଧାଳୁ । ପ୍ରଥମେ ମାଆ ଅସ୍ଥାୟୀ ମଣ୍ଡପରୁ ବାହାରି ରାଜବାଟୀରେ ପହଞ୍ଚି ଥିଲେ । ସେଠାରେ ରାଜା ଦର୍ଶନ କରି ଫୁଲ ଅର୍ପଣ କରିବା ସହ ଆଳତି କରିଥିଲେ । ଏହାପରେ ପୁଣି ସାହି ପରିକ୍ରମା କରି ପୁଣି ଅସ୍ଥାୟୀ ମଣ୍ଡପକୁ ଫେରିଥିଲେ ମାଆ । ମାଆଙ୍କ ସାହି ପରିକ୍ରମା ବେଳେ ମହୁରୀ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ହୁଳହୁଳି କମ୍ପିଥିଲା ପୁରା ପରିବେଶ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.