G20 Summit 2023: ମାହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବିଶ୍ବନେତା

By ETV Bharat Odisha Team

Published : Sep 7, 2023, 8:39 PM IST

thumbnail

ନୂଆଦିଲ୍ଲୀ: ରାଜଘାଟରେ ମାହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ G20 ନେତୃତ୍ୱ । ଶିଖର ସମ୍ମିଳନୀ ପୂର୍ବରୁ G20 ରାଷ୍ଟ୍ରନେତା ଏକତ୍ରିତ ହୋଇ ଦିଲ୍ଲୀ ସ୍ଥିତ ରାଜଘାଟରେ ଥିବା ମାହାତ୍ମା ଗାନ୍ଧୀଙ୍କ ସମାଧୀ ସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏଥିପାଇଁ ରାଜଘାଟକୁ  ନୂଆ ରୂପ ଦିଆଯାଇଛି । ରାଜଘାଟର ସୌନ୍ଦର୍ଯ୍ୟକରଣ କରାଯିବା ସହିତ,  ଆବଶ୍ୟକ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହା ସହିତ ସୁରକ୍ଷା ଦୃଷ୍ଟିରୁ ରାଜଘାଟରେ ଏକାଧିକ ସିକ୍ୟୁରିଟି ପଏଣ୍ଟ୍‌ ସ୍ଥାପନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ରାଜଘାଟକୁ ଆମେରିକାର ସୁରକ୍ଷା ଏଜେନ୍ସୀ ମଧ୍ୟ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁରା ରାଜଘାଟକୁ  ଦିଲ୍ଲୀ ପୋଲିସ ସୁରକ୍ଷା ବଳଯରେ ରଖିଥିବା ବେଳେ ସ୍ପେଶାଲ କମାଣ୍ଡୋ ମଧ୍ୟ ନିୟୋଜିତ ହୋଇଛନ୍ତି । ଜି-20 ସମ୍ମିଳନୀ ପାଇଁ ଜି-20 ରାଷ୍ଟ୍ର ନେତାଙ୍କ ସମେତ ଅନ୍ୟ 50 ଦେଶର ପ୍ରତିନିଧି ମଧ୍ୟ ଭାରତ ଆସୁଛନ୍ତି । ଏଥିପାଇଁ ନୂଆଦିଲ୍ଲୀରେ ବ୍ୟାପକ ବ୍ୟବସ୍ଥା ହୋଇଛି । ଦେଖନ୍ତୁ ରାଜଘାଟରେ କେମିତି ଅଛି ପ୍ରସ୍ତୁତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.