ଥାଇଲାଣ୍ଡରେ କାର୍ତ୍ତିକ ପୂର୍ଣ୍ଣିମା; ନାମ ଅଲଗା ପରମ୍ପରା ଏକ

By ETV Bharat Odisha Team

Published : Nov 28, 2023, 2:13 PM IST

thumbnail

ବ୍ୟାଙ୍କକକ୍: ଥାଇଲାଣ୍ଡରେ ପାଳନ ହେଲା କାର୍ତ୍ତିକ ପୂର୍ଣ୍ଣିମା । ପୋଖରୀ ନଦୀରେ ଭାସିଲା ଶହ ଶହ ଡଙ୍ଗା । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭାରତୀୟଙ୍କ ଭଳି ଥାଇଲାଣ୍ଡରେ ବି ଏହି ପର୍ବ ପାଳନ ହୋଇଛି । ଦୀପ ଜଳାଇ ମାନସିକ କରି ପୋଖରୀ ଓ ନଦୀରେ ଡଙ୍ଗା ଭସାଇଛନ୍ତି ଲୋକେ । ହିନ୍ଦୁମାନଙ୍କର କାର୍ତ୍ତିକ ପୂର୍ଣ୍ଣିମା ପୂଜା ଉତ୍ସବ ସହ ପ୍ରାୟ ସମାନ ଏହି ପରମ୍ପରା । ପରମ୍ପରା ଏକ କେବଳ ନାମ ହିଁ ଅଲଗା । ଥାଇଲାଣ୍ଡରେ ଏହି ପର୍ବକୁ ଲୋଏ କାର୍ଥଙ୍ଗ ଏବଂ ୟି ପେଙ୍ଗ ବୋଲି କୁହାଯାଏ । ପ୍ରତିବର୍ଷ ଏହି ପର୍ବକୁ ଥାଇସମାନେ ଧୁମଧାମରେ ପାଳନ କରିଥାନ୍ତି । ଏଥିରେ ଜଳ ଏବଂ ବୁଦ୍ଧଙ୍କୁ ସୁମରଣା କରାଯାଇଥାଏ । ମୌସୁମୀ ଶେଷ ଓ ଶୀତର ଆରମ୍ଭରେ ଏହି ପର୍ବ ପାଳନ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ- ଦେବ ଦୀପାବଳି ୨୦୨୩: ବାରଣାସୀରେ ଗଙ୍ଗା ଆଳତୀ ଦେଖିଲେ ୭୦ ଦେଶର ରାଷ୍ଟ୍ରଦୂତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.