ବିଶ୍ବକପ 2023 ଫାଇନାଲ: ଭାରତର ବିଜୟ ପାଇଁ ବାବା ବୁଖାରୀଙ୍କ ପୀଠରେ ପ୍ରାର୍ଥନା

By ETV Bharat Odisha Team

Published : Nov 19, 2023, 1:54 PM IST

thumbnail

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଯିବ ବିଶ୍ଵକପର ହାଇ ଭୋଲଟେଜ୍ ମ୍ୟାଚ୍ । ଏହି ମ୍ୟାଚକୁ ଦେଖିବାକୁ ଅପେକ୍ଷା କରିଛି ପୁରା ବିଶ୍ବ । ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଜୋରଦାର ଫାଇନାଲ ଫାଇଟ । ଏନେଇ  ଷ୍ଟାଡିୟମ ଆଗରେ ଲାଗିଲାଣି ଫ୍ୟାନ୍ସଙ୍କ ଗହଳି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ ।  ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢେଇ । ତେବେ ମ୍ୟାଚକୁ ନେଇ ଭାରତ ସାରା ପ୍ରାର୍ଥନା ଚାଲିଥିବା ବେଳେ କଟକ ବାବା ବୁଖରୀଙ୍କ ପୀଠରେ ମୁସଲିମ ସମ୍ପ୍ରଦାୟ ପ୍ରାର୍ଥନା କରିଛନ୍ତି । ଭାରତ ଏଥର ବିଶ୍ଵକପ ଆଣୁ ଓ ଦେଶର ସମ୍ମାନ ବୃଦ୍ଧି କରୁ ବୋଲି ଏନେଇ ବାବା ବୁଖାରୀଙ୍କୁ ଜଣାଇଛନ୍ତି ଫ୍ୟାନ୍ସ । ତେବେ ଏହାକୁ ନେଇ ସେମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ପ୍ରଭୁକଲ୍ୟାଣ ପାଲ ।   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.