ଡିଜିଟାଲ ଡାଏଲଗ; ପାଣ୍ଡିଆନ ପାଓ୍ବାର ସେଣ୍ଟର ଥିଲେ, ଅଛନ୍ତି ଏବଂ ରହିବେ: କେତେ ସଫଳ ହେବେ ଆଗାମୀ ସମୟ କହିବ ?

By ETV Bharat Odisha Team

Published : Dec 2, 2023, 5:40 PM IST

thumbnail

ଭୁବନେଶ୍ବର: ପାଣ୍ଡିଆନ ପାଓ୍ବାର ସେଣ୍ଟର ଥିଲେ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ । ରାଜନୀତିରେ କେତେ ସଫଳ ହେବେ ତାହା ଆଗାମୀ ସମୟ ହିଁ କହିବ । ଜଣେ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବରେ ଥିବା ସମୟରେ ଓଡିଶାରେ ବିଜେଡି ରାଜନୀତିକୁ ନିୟନ୍ତ୍ରଣ କରୁଥିଲେ ପାଣ୍ଡିଆନ । ପରଦା ପଛର ନାୟକ ଥିଲେ । 2019 ନିର୍ବାଚନରେ ସଫଳତାର ଶ୍ରେୟ ପାଣ୍ଡିଆନଙ୍କ ନିକଟକୁ ଗଲା । ଠିକ ସେହିପରି 2024 ନିର୍ବାଚନରେ ନବୀନ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଏହାର ସମସ୍ତ ଶ୍ରେୟ ପାଣ୍ଡିଆନଙ୍କ ନିକଟକୁ ଯିବ । ରାଜ୍ୟ ରାଜନୀତିକୁ ଅତି ନିକଟରୁ ବୁଝିଥିବା ପାଣ୍ଡିଆନ ବିଜେଡିରେ ଯୋଗଦେବା ପରେ ଦଳ ଆହୁରି ସଶକ୍ତ ହେବ । ନେତା ଓ କର୍ମୀ ତଥା ଅଫିସରମାନେ ଉତ୍ସାହିତ ଅଛନ୍ତି । ତେଣୁ ନବୀନ ନିବାସକୁ ଶୁଭେଚ୍ଛାର ସୁଅ ଛୁଟୁଛି । ପାଓ୍ବାର ସେଣ୍ଟର ହେଉଛନ୍ତି ପାଣ୍ଡିଆନ । ତେଣୁ ତାଙ୍କୁ ଏତେ ଅଭ୍ୟର୍ଥନା ମିଳୁଛି । ନବୀନଙ୍କ ଭରସା ଯୋଗ୍ୟ ନେତା ହେଉଛନ୍ତି ପାଣ୍ଡିଆନ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ  ଚିଫ, ଇଟିଭି ଭାରତ ଓଡିଶା ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.