ଖଇରମୁଣ୍ଡା ଜଙ୍ଗଲରେ ମାଈ ହାତୀ ଅସୁସ୍ଥ, ବନ ବିଭାଗ ପକ୍ଷରୁ ଚିକିତ୍ସା ଜାରି

By ETV Bharat Odisha Team

Published : Nov 16, 2023, 7:59 AM IST

thumbnail

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜର ଘାଗରାମୁଣ୍ଡା ଫରେଷ୍ଟ ବିଟ ଖଇରମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ଏକ ମାଈ ହାତୀ ଅସୁସ୍ଥ । ହାତୀର ବୟସ ପ୍ରାୟ  ୨୫ରୁ ୩୦ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଅସୁସ୍ଥତାର କାରଣ ଜଣାପଡ଼ିନାହିଁ । ତେବେ ମାଈ ହାତୀ ଥିବା ଖବରପାଇ ମହାବିରୋଡ଼ ରେଞ୍ଜର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଲକ୍ଷ କରିଥିଲେ । ଏହାପରେ ମାଈ ହାତୀର ଚିକିତ୍ସା ପାଇଁ ଅନୁଗୋଳର ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରଦୀପ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା କରିଥିଲେ । ଏଥିସହ ପ୍ରାଥମିକ ପର୍ଯ୍ୟାୟରେ ହାତୀକୁ କଦଳୀ ସାହାଯ୍ୟରେ ଔଷଧ ଦିଆଯାଇ ଚିକିତ୍ସା କରାଯାଇଛି । ଆଜି ଅସୁସ୍ଥ ଥିବା ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.