ହାତୀ ମୃତ୍ୟୁରେ ଲାଗୁନି ବ୍ରେକ୍‌, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଛୁଆ ମୃତ

By ETV Bharat Odisha Team

Published : Dec 27, 2023, 11:59 AM IST

thumbnail

Elephant Died in Dhenkanal: 

ଢେଙ୍କାନାଳ: ରାଜ୍ୟରେ ସଙ୍କଟରେ ପଡ଼ିଛନ୍ତି ଗଜରାଜ ।  କେତେବେଳେ ହାତୀ ମଣିଷର ଜୀବନ ନେଉଛି ତ ଆଉ କେଉଁଠି ମଣିଷ ଯୋଗୁଁ ହାତୀର ମୃତ୍ୟୁ ହେଉଛି  । ଏବେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ କରାଯାଇଛି । ମୃତ ହାତୀ ଛୁଆର ବୟସ ୪ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ହାତୀ ଛୁଆଟି ଧାନ ଖାଇବାକୁ ଆସିଥିବା ବେଳଏ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଅନୁମାନ କରାଯାଇଛି  ।  ତେବେ ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ରାସୋଳ ସେକ୍ସନର ରାମପାଳ ନିକଟରେ ଧାନ ବିଲରେ ଏହି ହାତୀ ଛୁଆର ମୃତଦେହ କୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗ କୁ ଖବର ଦେଇଥିଲେ । ଏନେଇ ଖବରପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ହାତୀ ଛୁଆର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି। ଏଥିସହ ମୃତ ହାତୀ ଛୁଆ ପାଖରୁ କିଛି ବିଦ୍ୟୁତ ତାର ଜବତ କରିଛି ବନ ବିଭାଗ l ତେବେ ବନ ବିଭାଗ ପକ୍ଷରୁ ଏହି ଘଟଣାରେ ସ୍ଥାନୀୟ ମୁଣ୍ଡିଆ ପଶି ଗ୍ରାମର ଦୁଇଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ୨ଜଣ ହେଲେ ମୁଣ୍ଡିଆପଶି ଗ୍ରାମର ମାହି ଭୋଇ ଓ ହିରଣ୍ୟ ଭୋଇ l ଏହି ଘଟଣାରେ ଆଉ ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ବନବିଭାଗ ତଦନ୍ତ ଆରମ୍ଭ କରିଛି l

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.