Cyclone Mocha: ସମ୍ଭାବ୍ୟ ବାତ୍ୟା ନେଇ IMD ମହାନିର୍ଦ୍ଦେଶକଙ୍କ ସହ ସ୍ବତନ୍ତ୍ର ଆଲୋଚନା

By

Published : May 5, 2023, 10:38 PM IST

thumbnail

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ତାର ପରବର୍ତ୍ତୀ ୨୪ ଘଣ୍ଟା ପରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଏହା ଅଧିକ ଘନୀଭୂତ ହେବା ସହିତ ବାତ୍ୟାର ରୂପ ନେଇପାରେ । ତେବେ ପ୍ରତିବର୍ଷ ଓଡିଶା ବାତ୍ୟା, ବନ୍ୟା ବିଭୀଷିକାର ସମ୍ମୁଖୀନ ହୁଏ । ପ୍ରକୃତିର କରାଳ ରୂପ ଉଜାଡ଼ି ଦିଏ ଅନେକ ଧନ ଜୀବନ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଏ ମଣିଷ ସମାଜ । ତେବେ ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କିପରି ରହିବ, ସେନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ କ୍ଷେତ୍ରଟି ପରବର୍ତ୍ତୀ ସମୟରେ ଅବପାତର ରୂପ ନେବ । ପରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ମଧ୍ୟ ରହିଛି । ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଏହା ଉତ୍ତର ଆଡ଼କୁ ଗତି କରି କେନ୍ଦ୍ରୀୟ ବାଙ୍ଗୋପ ସାଗର ଆଡ଼କୁ ଯିବ । ଏହାପରେ ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏବେଠାରୁ ଏହାର ପ୍ରଭାବ ଓ ଗତିପଥ ଆକଳନ କରିହେବ ନାହିଁ ବୋଲି କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଯେତେବେଳେ ସମ୍ପୂର୍ଣ୍ଣ ଲଘୁଚାପରେ ପରିଣତ ହେବ, ଏହାପରେ ତାର ଦିଗ ଓ ବେଗ ଆକଳନ କରାଯାଇପାରିବ । ଓଡିଶା ଉପରେ ବାତ୍ୟାର ପ୍ରଭାବ ରହିବ କି ନାହିଁ, ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.