ନୂଆ ରୂପରେ ଶୋଭା ପାଉଛି ଶ୍ରୀମନ୍ଦିର, ଭକ୍ତଙ୍କ ମନ ମୋହୁଛି ପରିକ୍ରମା ପ୍ରକଳ୍ପ

By ETV Bharat Odisha Team

Published : Jan 16, 2024, 9:50 PM IST

thumbnail

Sri Mandir Parikrama project: ପୁରୀ: ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ । ପବନରେ ଭାସି ଆସୁଛି ମନ୍ତ୍ର ଧ୍ବନି । ମହାଯଜ୍ଞରେ ବ୍ୟବହୃତ ଝୁଣା, ଘିଅ ବାସ୍ନାରେ ମହକି ଉଠିଛି ବଡ଼ଦାଣ୍ଡ । ହରିନାମ, ଜଗାନାମ ଜପରେ ସାରା ପରିବେଶ ବେଶ ସୁମଧୁର ହୋଇଉଠିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଏପରି ରହିଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ପରିବେଶ । ଶ୍ରୀସେତୁ ଦେଇ ବଡ଼ଦାଣ୍ଡରେ ଭକ୍ତଟିଏ ପହଞ୍ଚିବା ପରେ ସାଉଣ୍ଟୁଛି ଅଦ୍ଭୂତ ଅନୁଭବ । ନୂଆ ରୂପରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ଖାଣ୍ଡେଲାଇଟ ପଥରରେ ନିର୍ମିତ କୋଠାଗୁଡ଼ିକ ମଧ୍ୟ ଐତିହ୍ୟର କଥା କହୁଛି । ପରିକ୍ରମା ପ୍ରକଳ୍ପ ମଧ୍ୟରେ ଲାଗିଥିବା ସବୁଜ ବନାନି, ରଙ୍ଗବେରଙ୍ଗର ପୁଷ୍ପ ଗଛ ମଧ୍ୟ ଅଲଗା ଅନୁଭବ ଦେଉଛି । ଶ୍ରୀମନ୍ଦିର ଆହୁରି ସୁନ୍ଦର ହୋଇଉଠିଛି । ଆସନ୍ତାକାଲି ଲୋକାପର୍ଣ ଉତ୍ସବ ଥିବା ବେଳେ ମନ ମୋହୁଛି ପରିକ୍ରମା ପ୍ରକଳ୍ପ । ତେବେ ଏ ନେଇ ଦେଖନ୍ତୁ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ରଙ୍କ ଏହି ରିପୋର୍ଟ 

ଏହା ବି ପଢନ୍ତୁ- ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଭକ୍ତଙ୍କ ପାଇଁ ରହିଛି ଅତ୍ୟାଧୁନିକ ସୁବିଧା

ଏହା ବି ପଢନ୍ତୁ- କଳା ଭାସ୍କର୍ଯ୍ୟରେ ଝଲସୁଛି ଭକ୍ତ-ଭଗବାନଙ୍କ ସେତୁ 'ଶ୍ରୀସେତୁ'

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.