ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା; କଷ୍ଟକର ବ୍ରତ ପାହାଡା ପାଳିଲେ ମାନସିକଧାରୀ

By

Published : Apr 23, 2023, 9:12 PM IST

thumbnail

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାରେ ଯିଏ ଯେଉଁ ମାନସିକ କରିଥାଏ, ତାହା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ କାହିଁ କେଉଁ କାଳରୁ ଭକ୍ତମାନେ ଏହି ସମୟରେ ବହୁ ମାତ୍ରାରେ ଆସି ଠାକୁରାଣୀଙ୍କୁ ଦର୍ଶନ କରି ମା'ଙ୍କ କରୁଣା ଲାଭ କରିଥାନ୍ତି । ତେବେ ଏହି ଯାତ୍ରା ସମୟରେ ମାନସିକଧାରୀଙ୍କର ଅନେକ କଷ୍ଟକର ବ୍ରତ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ପାହାଡା ଅନ୍ୟତମ । ଯେଉଁମାନେ ଏହି ମାନସିକ କରିଥାନ୍ତି, ସେମାନେ ନିଜ ଘରୁ ପାଟିରେ ଏକ କୁଟା ଧରି ମା'ଙ୍କ ନାମକୁ ସ୍ମରଣ କରି ରାସ୍ତା ଉପରେ ସାଷ୍ଟାଙ୍ଗ ଦଣ୍ଡବତ କରି ଦୀର୍ଘ ପଥ ଅତିକ୍ରମ କରି ମା'ଙ୍କ ନିକଟକୁ ଆସିଥାନ୍ତି ।

ମାନସିକଧାରୀ ଜଣଙ୍କ ଥରେ ରାସ୍ତାରେ ଶୋଇବା ବେଳେ ଯେତିକି ରାସ୍ତା ଅତିକ୍ରମ କରିଥାଏ ସେହି ସ୍ଥାନକୁ ଚିହ୍ନଟ କରି ସେହି ସ୍ଥାନରେ ପୁଣି ଠିଆ ହୋଇ ମା'ଙ୍କୁ ସୁମରଣା କରି ପୁଣି ସାଷ୍ଟାଙ୍ଗ ଦଣ୍ଡବତ କରିଥାଏ । ଏଭଳି କରି ମା'ଙ୍କ ଅସ୍ଥାୟୀ ମନ୍ଦିର ନିକଟରେ ପହଞ୍ଚି ନିଜର ବ୍ରତ ପୂରଣ କରିଥାଏ । ମୁଖ୍ୟତଃ ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ ଯାତ୍ରା ସମୟରେ ଅନେକ ଭକ୍ତ ମା'ଙ୍କୁ ଏଭଳି କଷ୍ଟକର ବ୍ରତ ପାହାଡାରେ ଆସି ଦର୍ଶନ କରିଥାନ୍ତି । ସହରର ଶଙ୍କରପୁର ସାହିର କୈଳାସଚନ୍ଦ୍ର ମହାରଣା ଏବଂ କୁମାରୀ ମହାରାଣୀଙ୍କ ପୁତ୍ର ଦୀପକ ଗତ ୧୦ ଗୋଟି ଯାତ୍ରାରେ ଏପରି ପାହାଡା ଭଳି କଷ୍ଟକର ବ୍ରତ ପାଳନ କରି ମା'ଙ୍କର ଦର୍ଶନ କରିଥିବା କହିଛନ୍ତି । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମା'ଙ୍କ ନିକଟରେ ଏପରି ବ୍ରତ ପାଳନ କରି ଦର୍ଶନ କରିଥିଲେ ଦୀପକ । ତାଙ୍କ ସହିତ ତାଙ୍କ ପରିବାର ବର୍ଗ ଆସି ମା'ଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ମାନସିକଧାରୀ ଦୀପକ ମହାରଣା ଏବଂ ତାଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.