Cyclone Mocha Update: କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟା ! ୧୧୦ ରୁ ୧୨୦ କିମି ବେଗରେ ବହିବ ପବନ

By

Published : May 10, 2023, 5:36 PM IST

Updated : May 10, 2023, 6:19 PM IST

thumbnail

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ପରେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଘଣ୍ଟା ପ୍ରତି 7 କିମି ବେଗରେ ଗତି ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଡିପ୍ରେସନ୍ । ସେହିପରି କାଲି ରାତି ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବା ସହ  ପବନର ବେଗ ବଢିବ । ଏହା ଦକ୍ଷିଣ ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ୧୧୦ ରୁ ୧୨୦ କିମି ବେଗରେ ପବନ ବହିବା ସହ ଏହା ବଢି ୧୩୦ କିମି କୁ  ଛୁଇଁପାରେ । ବାଂଲାଦେଶ ର କକ୍ସବଜାର ଠାରୁ ୧୪୩୦ କିମି ଦୂରରେ ବାତ୍ୟା ରହିଛି । ସେହିପରି ମିଆଁମାର ଠାରୁ ୧୩୨୦ କିମି ଦୂରରେ ରହିଛି ବାତ୍ୟା ମୋଚା ।  ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଅନ୍ୟପଟେ ପ୍ରଚଣ୍ଡ ଖରା ଓ ଗରମରେ ସନ୍ତୁଳି ହେଉଛି ସାରାରାଜ୍ୟ । ପଶ୍ଚିମ ଓଡ଼ିଶାରେ ପୁଣି ତାତି ବଢିବା ଆରମ୍ଭ ହୋଇଥିବା ବେଳେ ଗତକାଲି ବୌଦ୍ଧ ରେ ସର୍ବାଧିକ ଦିନ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଆଜି ଭୁବନେଶ୍ଵର ରେ ଦିନ ତାପମାତ୍ରା ୩୯ଡିଗ୍ରୀ ପାଖାପାଖି ରହିଛି। ପ୍ରଚଣ୍ଡ ତାତି ଓ ଗୁଳୁଗୁଳିକୁ ନେଇ  ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏପରି ଗୁଳୁଗୁଳି ପାଗ ଜାରି ରହିବା ସହ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସମ୍ଭାବନା ରହିଛି। 

ଇଟିଭି ଭାରତ, ଭୁବନେଶ୍ବର 

Last Updated : May 10, 2023, 6:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.