ନୂଆ ରୂପ ପାଇବ ସତୀଚଉରା ଶ୍ମଶାନ, ଭିତ୍ତିଭୂମିର ବିକାଶ ଲାଗି ଅଣ୍ଟା ଭିଡ଼ିଲା CMC

By

Published : Jul 14, 2023, 7:29 PM IST

thumbnail

କଟକ: ସହରରେ ଥିବା ଶ୍ମଶାନ ଗୁଡିକର ଉନ୍ନତିକରଣ ପାଇଁ ସିଏମ୍‌ସି ପକ୍ଷରୁ ଦିଆଯାଉଛି ବିଶେଷ ଧ୍ୟାନ । କଟକର ପ୍ରମୁଖ ସତୀଚଉରା, କାଳିଆ ବୋଦା, ଖାନନଗର ଶ୍ମଶାନର ଉନ୍ନତିକରଣ ପାଇଁ ସିଏମସି ଅଣ୍ଟା ଭିଡ଼ିଛି । ଏଠାକାର ଭିତ୍ତିଭୂମି ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ ଉପରେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସିଏମ୍‌ସି ମେୟର ସୁବାସ ସିଂ ସୂଚନା ଦେଇଛନ୍ତି । ତେବେ ସତୀଚଉରା ଶ୍ମଶାନ ଉପରେ ଅଧିକାଂଶ ଲୋକ ନିର୍ଭରଶୀଳ । ଏହାକୁ ଦୃଷ୍ଟିରେ ରଖି ଶ୍ମଶାନର ନବକଳେବର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସିଏମସିର ଏକ ଟିମ୍‌ ଶ୍ମଶାନ ବୁଲି ତମାମ ଦିଗକୁ ନେଇ ଆଲୋଚନା କରିଛି । ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ କେତେ ଟଙ୍କା ଖର୍ଚ୍ଚ ହେବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ । ତେବେ ଆଗମୀ ଦିନରେ ଏହି ପ୍ରାଚୀନ ଶ୍ମଶାନର ଏକ ନୂଆ ରୂପ କଟକବାସୀ ଦେଖିବେ ବୋଲି କହିଛନ୍ତି ସିଏମସି ମେୟର ସୁବାସ ସିଂ ।

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.