କାଜିପାଟଣା ଗାଁରେ ଛତିଶଗଡ଼ ରାଜ୍ୟପାଳ, ଅସୁସ୍ଥ ଭଉଣୀଙ୍କୁ ଭେଟିଲେ

By ETV Bharat Odisha Team

Published : Aug 25, 2023, 10:29 PM IST

thumbnail

କଟକ: ଓପନ୍ ହାର୍ଟ ସର୍ଜରୀ ହୋଇଥିବା ଅସୁସ୍ଥ ଭଉଣୀକୁ ଭେଟିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । କଟକ ସଦରସ୍ଥିତ କାଜିପାଟଣା ଗାଁରେ ନିଜ ଭଉଣୀ ମିତା ଦଳବେହେରାଙ୍କ ଘରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହିତ ଯିବାବେଳେ ଭଉଣୀଙ୍କ ମୁଣ୍ଡରେ ହାତ ରଖି ଆରୋଗ୍ୟ କାମନା କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଏଭଳି ଅସମୟରେ ନିଜ ଭାଇକୁ ପାଖରେ ପାଇ ଭାବ ବିହ୍ବଳ ହୋଇ ପଡ଼ିଥିଲେ ଭଉଣୀ । ଉଭୟ ଭାଇ ଭଉଣୀଙ୍କ ଆଖି ଖୁସିରେ ଛଳଛଳ ହୋଇଯାଇଥିଲା । ନିଜ ଭାଇ ଆସିବା ନେଇ ଖୁସି ପ୍ରକାଶ କରିବା ସହ ଭାଇ ପାଇଁ ମୁଁ ଗର୍ବିତ ବୋଲି କହିଛନ୍ତି ଭଉଣୀ ମିତା ଦଳବେହେରା । ସେହିପରି ମାମୁଁ ଘରକୁ ଆସିବା ନେଇ ଛତିଶଗଡ଼ ରାଜ୍ୟପାଳଙ୍କ ଭାଣିଜୀ ମଧ୍ୟ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ । କିଛିଦିନ ତଳେ ମିତା ଦଳବେହେରାଙ୍କର ଓପନ ହାର୍ଟ ସର୍ଜରୀ ହୋଇଥିଲା । ଯାହାର ଖବର ପାଇ ତାଙ୍କ ଭାଇ ତଥା ଛତିଶଗଡ ରାଜ୍ୟପାଳ ତାଙ୍କ ଭଉଣୀଙ୍କୁ ଭେଟିବା ପାଇଁ ଆସିଥିଲେ । ଏଥିପାଇଁ ସମଗ୍ର ଅଞ୍ଚଳ ବେଶ ଚଳଚଞ୍ଚଳ ହୋଇଉଠିଥିଲା । ପରିବାର ଲୋକଙ୍କ ମନରେ ଖୁସି ଭରିଯାଇଥିଲା । ଗ୍ରାମର ନେତୃମଣ୍ଡଳୀ ଏବଂ ଅନେକ ଲୋକ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଆସିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.