Cyclone Biparjoy: ଉପକୂଳରୁ ଲୋକଙ୍କୁ ସ୍ଥାନନ୍ତରଣ କରୁଛି BSF

By

Published : Jun 14, 2023, 4:37 PM IST

thumbnail

ଗାନ୍ଧୀନଗର: ଗୁଜୁରାଟ ଉପକୂଳରେ ଆସନ୍ତାକାଲି ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବିପର୍ଯ୍ୟୟ’ । ଉପକୂଳରେ ବର୍ଷା,ପବନ ଆରମ୍ଭ ହୋଇଗଲାଣି । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହା ଲ୍ୟାଣ୍ଡଫଲ କରିବାକୁ ଥିବା ବେଳେ ଏବେ ତଳିଆ ତଥା ଅସୁରକ୍ଷିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବା ପ୍ରକ୍ରିୟା ଜାରି ରହିଛି । ସ୍ଥାନୀୟ ପ୍ରଶାସନ ସହ ଭାରତୀୟ କୋଷ୍ଟଗାର୍ଡ ଓ ସୀମା ସୁରକ୍ଷା ବଳର ଯବାନମାନେ ମଧ୍ୟ ସାମିଲ ହୋଇଛନ୍ତି । ଏବେ କଚ୍ଚ, ଦ୍ବାରକା, ସ୍ବୌରାଷ୍ଟ୍ର ଆଦି ଉପକୂଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ସେମାନଙ୍କ ପାଇଁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ସଂଧ୍ୟା ମଧ୍ୟରେ ଏହି ଅତି ଭୀଷଣ ବାତ୍ୟା ସୌରାଷ୍ଟ୍ର ଓ କଚ୍ଚ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ସର୍ବାଧିକ 135 କିମି ପବନ ସହ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ମଧ୍ୟ ହୋଇପାରେ । ଏଥିପାଇଁ ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରୁଛି ପ୍ରଶାସନ । ଏବେ ସୁଦ୍ଧା ପ୍ରାୟ 40 ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇ ସାରିଲାଣି । 

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.