ବୋଷକୁ ପୁରିଲା 100 ବର୍ଷ, ପ୍ରଯୁକ୍ତିବିଦ୍ୟା ଓ ମାନବ ସମ୍ବଳ ଦିଗରେ ଆଣିଛି ଅନେକ ବିକାଶ

By ETV Bharat Odisha Team

Published : Jan 17, 2024, 4:41 PM IST

thumbnail

BOSE Institution completed its 100 years : କଟକ : ବୋଷକୁ ପୁରିଲା 100 ବର୍ଷ । ଭୁବନାନନ୍ଦ ଯାନ୍ତ୍ରିକ ବିଦ୍ୟାଳୟ ଆଜି ତାର ଶତ ବାର୍ଷିକୀ ପୂରଣ କରିଛି । 1923 ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠାନ ଆଜି ତାର ଶତ ବାର୍ଷିକୀ ପାଳନ କରୁଛି । ଏହି ଶହେ ବର୍ଷ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବହୁ ସଫଳତା ହାସଲ କରିଛି ଏହି ଅନୁଷ୍ଠାନ ।  

ଏହା ମଧ୍ୟ ପଢ଼ନ୍ତୁ... କୁନି ବୟସରେ କମାଲ, ସାଢେ 3 ବର୍ଷରେ ହାତେଇଲେ ଇଣ୍ଡିଆ ବୁକ ଅଫ ରେକର୍ଡ

ରାଜ୍ୟ ତଥା ଦେଶ ପାଇଁ ଅନେକ ନୂତନ ମାନବ ସମ୍ବଳ ସୃଷ୍ଟି କରିବା ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଲାଭ କରିଥିବା  ଭୁବନାନନ୍ଦ ଯାନ୍ତ୍ରିକ ବିଦ୍ୟାଳୟ ଆଜି ପାଳନ କରୁଛି ତାର ଶହେ ତମ ବାର୍ଷିକ ପୂର୍ତ୍ତି । ଯଦିଓ ଉନ ବିଂଶ ଶତାବ୍ଦୀ କଥା ଦେଖିବା ବିଦ୍ୟାଳୟ ଆରମ୍ଭରୁ ବହୁ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିଛି । କିନ୍ତୁ ବର୍ତ୍ତମାନ ସମୟରେ ସରକାରଙ୍କ ଆର୍ଥିକ ଦିଗରେ ପ୍ରୋତ୍ସାହନ ଯୋଗୁଁ ବିକାଶର ଧାରା ଦ୍ଵିଗୁଣିତ ହୋଇଛି । ପ୍ରତିଷ୍ଠାନର ପାଠ୍ୟକ୍ରମ ବ୍ୟବସ୍ଥା ଓ ପ୍ରାକ୍ଟିକାଲ ପ୍ରଣାଳୀ ଉଚ୍ଚ କୋଟିର ଛାତ୍ର ଛାତ୍ରୀ ମାନଙ୍କ ଆଗ୍ରହକୁ ବୃଦ୍ଧି କରୁଛି । 

ଏହି ଅବସରରେ ବିଦ୍ୟାଳୟର ଅଧକ୍ଷ ସ୍ଵାଗତ ଭାଷଣ ଦେଇ ଭୁବନାନନ୍ଦ ଯାନ୍ତ୍ରିକ ବିଦ୍ୟାଳୟର ଶହେ ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ବୈଷୟିକ ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ରଘୁ ଜୀ ଅତିଥି ଭାବରେ ଯୋଗଦେଇ କହିଲେ ’’ଏହି ଯାନ୍ତ୍ରିକ ବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ବହୁ ପ୍ରତିଭା ବାନ ଛାତ୍ର ଛାତ୍ରୀଙ୍କୁ ସୃଷ୍ଟି କରିଛି ।  ଆଧୁନିକ ବିଜ୍ଞାନ ଯୁଗରେ ବୈଷୟିକ ଜ୍ଞାନ ପ୍ରୟୋଗ କରାଯାଇ ବହୁ ନୂତନ ବୈଷୟିକ ଯନ୍ତ୍ରପାତି ପ୍ରସ୍ତୁତ କରାଯାଉଛି ।’’ ବୈଷୟିକ ଜ୍ଞାନର ବିଭିନ୍ନ ଦିଗ ଉପରେ ଆଲୋକପାତ ମଧ୍ୟ କରାଯାଇଥିଲା ।

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.