INDvsAUS 4th Test: ଖେଳାଳିଙ୍କୁ ଭେଟିଲେ, ପଡିଆ ପରିଦର୍ଶନ କଲେ ଦୁଇ ଦେଶର ପ୍ରଧାନମନ୍ତ୍ରୀ

By

Published : Mar 9, 2023, 12:12 PM IST

thumbnail

ଅହମ୍ମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଦିନ ମ୍ୟାଚ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବେନସ । ମ୍ୟାଚ ଆରମ୍ଭ ପୂର୍ବରୁ ନରେନ୍ଦ୍ର ମୋଦି ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ ଦୁଇ ଦେଶର ପ୍ରଧାନମନ୍ତ୍ରୀ । ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ  । ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି ଆନ୍ଥୋନୀ । ଦୁଇ ଦେଶ ଅଧିନାୟକଙ୍କୁ ଭେଟିବା ପରେ ଗ୍ରାଉଣ୍ଡରେ ଦୁଇ ଦେଶର ଖେଳାଳିଙ୍କୁ ଭେଟିଥିଲେ । କିଛି ସମୟ ପଡିଆରେ ରହି ଖେଳାଳିଙ୍କ ସହ କଥା ହୋଇଥିଲେ ଦୁଇ ଦେଶ ପ୍ରତିପକ୍ଷ ସଫଳତା ପାଇଁ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଥମ ଦିନ ମ୍ୟାଚ ଦେଖିଛନ୍ତି ଦୁଇ ଦେଶ ପ୍ରଧାନମନ୍ତ୍ରୀ । 4 ଟେଷ୍ଟ ବିଶିଷ୍ଟ ସିରିଜରେ ଭାରତ 2 -1ରେ ଆଗୁଆ ରହିଛି । ଚତୁର୍ଥ ଟେଷ୍ଟ ଜିତିଲେ WTC ଫାଇନାଲରେ ପ୍ରବେଶ କରିବ ଭାରତ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.