ପରିକ୍ରମା ପ୍ରକଳ୍ପ; ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେଡି ମନ୍ତ୍ରୀ ଓ ବିଧାୟକ

By ETV Bharat Odisha Team

Published : Jan 17, 2024, 8:34 PM IST

thumbnail

Srimandir Parikrama Project: ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଜି ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତି ମହାରାଜଙ୍କ ଉପସ୍ଥିତିରେ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁକ୍ୟମନ୍ତ୍ରୀ । ଆଜିର କାର୍ଯ୍ୟକ୍ରମରେ ବହୁ ମନ୍ତ୍ରୀ, ବିଧାୟକ, ସାଂସଦ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବରିଷ୍ଠ ବିଜେଡି ବିଧାୟକ ରଜନୀକାନ୍ତ ସିଂହ ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରିବା ସୌଭାଗ୍ୟର ବିଷୟ ବୋଲି କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଯେତେବେଳେ ଏହି ପ୍ରକଳ୍ପ ନେଇ ଘୋଷଣା କରାଗଲା, ସେତେବେଳେ ଏତେ ଶୀଘ୍ର ଏହି ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିବ ବୋଲି କେହି ବିଶ୍ବାସ କରିନଥିଲେ ବୋଲି କହିଛନ୍ତି କୃଷିମନ୍ତ୍ରୀ । ସେହିଭଳି ଶ୍ରୀମନ୍ଦିର ଚାରିପଟରେ ଯେତେ ଅସୁବିଧା ଥିଲା, ସେସବୁ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ପରିକଳ୍ପନା ଦ୍ବାରା ଦୂର ହୋଇଛି ବୋଲି କହିଛନ୍ତି ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.