Watch Video: ରଙ୍ଗବତୀ ଗୀତରେ ଧୁମ୍‌ ନାଚିଲେ ବ୍ରହ୍ମପୁର ଏସପି

By

Published : May 5, 2023, 10:02 AM IST

thumbnail

ବ୍ରହ୍ମପୁର: ଗତ ବୁଧବାର ଦିନ ପୋଲିସର ବଡଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ରଙ୍ଗବତୀ ଗୀତରେ ଧୁମ ନାଚିଥିଲେ । ଦୁଇଟି ସଙ୍ଗୀତର ତାଳେ ତାଳେ ନିଜ ବିଭାଗର କନଷ୍ଟେବଳ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀଙ୍କମାନେ ନାଚିଥିବା ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ପୋଲିସ ଜିଲ୍ଲାର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ଏହି ବଡଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ନିଜର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଖୁସିରେ ନାଚ କରିଥିଲେ । ଏଥିସହ ସେଠାରେ ଉପସ୍ଥିତ ଅନ୍ୟ ଜଣେ ପ୍ରବୋସନ୍ ଆଇ.ପି.ଏସ୍ ଅଧିକାରୀ ମଧ୍ୟ ନାଚିଥିଲେ । 
 

ମୁଖ୍ୟତଃ ପ୍ରତ୍ୟେକ ବର୍ଷ ପୋଲିସ ପ୍ରତିଷ୍ଠା ଦିବସ ପାଳନ ପରେ ରାଜ୍ୟର ସମସ୍ତ ପୋଲିସ ଜିଲ୍ଲା ପକ୍ଷରୁ ଆୟୋଜିତ ହୋଇଥାଏ ବଡଖାନା କାର୍ଯ୍ୟକ୍ରମ । ଯେଉଁଥିରେ ବର୍ଷତମାମ ସାଧାରଣ ଜନତାଙ୍କ ପାଇଁ ସଦାସର୍ବଦା ଜାଗ୍ରତ ପ୍ରହରୀ ଭାବରେ ରାଷ୍ଟ୍ର ମଧ୍ୟରେ ପୋଲିସ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏବଂ ଅଧିକାରୀ ମିଳିତ ଭାବରେ ସାମୁହିକ ରୂପେ ବଡାଖାନା କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି । ହେଲେ ବ୍ରହ୍ମପୁର ସହରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାରେ ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ନିୟମିତ ଡ୍ୟୁଟି ରହିଥିବା ଯୋଗୁଁ ଏହା ବିଳମ୍ୱରେ ହୋଇଥିଲା । 
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.