ଅଫେରା ରାଇଜରେ ବରିଷ୍ଠ ସାମ୍ବାଦିକ ଜଗନମୋହନ, ବ୍ରହ୍ମପୁରରେ କ୍ୟାଣ୍ଡେଲ ଶୋଭାଯାତ୍ରା

By

Published : Jul 2, 2023, 12:41 PM IST

thumbnail

ବ୍ରହ୍ମପୁର: ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି । ସ୍ୱାସ୍ଥ୍ୟ ପାଇଁ ସଦାସର୍ବଦା ସଚେତନ ହେବା ନେଇ ବାର୍ତ୍ତା ଦେଇ ଆସୁଥିବା ଜଣେ ବରିଷ୍ଠ ସାମ୍ୱାଦିକଙ୍କ ହୃଦଘାତରେ ଜୀବନ ଚାଲିଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଏନେଇ ଗତକାଲି ବରିଷ୍ଠ ସାମ୍ୱାଦିକ ଜଗନମୋହନଙ୍କ ବିୟୋଗରେ ବ୍ରହ୍ମପୁର ଠାରେ ପ୍ରେସ କ୍ଳବ୍ ପକ୍ଷରୁ ଶୋକସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ସହରର ଗାନ୍ଧିନଗର ଛକ ଠାରେ ସ୍ମୃତିରାଚଣ କରାଯିବା ସହ ନୀରବ ପ୍ରାର୍ଥନା କରାଯାଇ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏଥିରେ ଦକ୍ଷିଣାଞ୍ଚଳ ଆଇ.ଜି ସତ୍ୟବ୍ରତ ଭୋଇଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ବିନୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ଠାରୁ ଆରମ୍ଭ କରି ଏକାଧାରରେ ସାହିତ୍ୟକ, ନାଟ୍ୟକାର ଠାରୁ ଆରମ୍ଭ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ଯୋଗଦାନ ଉପରେ ଆଲୋକପାତ କରିଥିଲେ ।  

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.