ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

By ETV Bharat Odisha Team

Published : Jan 12, 2024, 10:13 PM IST

thumbnail

Himanta Biswa Sarma visits Odisha ଭୁବନେଶ୍ବର: ଦୁଇ ଦିନିଆ ଓଡି଼ଶା ଗସ୍ତରେ ଆସିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏକ ଘରୋଇ ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ହିମନ୍ତ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ହିମନ୍ତଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।  

ତେବେ ହିମନ୍ତ ଆସନ୍ତାକାଲି ସକାଳ ୧୦ ଟା ସମୟରୁ ୧୧ ଟା ପର୍ଯ୍ୟନ୍ତ ଏକ ଘରୋଇ ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ରାଜ୍ୟ କାର୍ଯ୍ୟାଳୟକୁ ଆସିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦାନ କରିବେ । ଓଡି଼ଶା ପ୍ରତି ଅତ୍ମୀୟତା ଥିବାରୁ ଅନେକ କେନ୍ଦ୍ରମନ୍ତ୍ରୀ ଓଡିଶାକୁ ଆସୁଛନ୍ତି । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ବିମାନା ବନ୍ଦରରେ ରାଜ୍ୟ ବିଜେପି ସଭାପତି ଓ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ । ଏହାସହ ବାଜା ଓ ସଂକୀର୍ତ୍ତନ କରି ବିମାନ ବନ୍ଦରରେ ବିଜେପି କର୍ମୀମାନେ ହିମନ୍ତଙ୍କୁ ସ୍ବାଗତ କରିଥିଲେ । କଡ଼ା ସୁରକ୍ଷା ବଳୟରେ ବିମାନ ବନ୍ଦରରୁ ବାହାରି ହୋଟେଲ ଯାଇଥିଲେ ହିମନ୍ତ ବିଶ୍ୱଶର୍ମା । ସେଠାରେ ରାତି ଜାପାନ କରିବା ସହ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.