ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ନାଟକ 'କୈବର୍ତ୍ତ ରଘୁନାଥ' ମଞ୍ଚସ୍ଥ

By ETV Bharat Odisha Team

Published : Jan 18, 2024, 7:06 AM IST

thumbnail

Kaibarta Raghunath Drama: କେନ୍ଦୁଝର: ଲୋକାର୍ପିତ ହୋଇଯାଇଛି  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  । ଏନେଇ ରାଜ୍ୟ ସରକାର ଜଗନ୍ନାଥ ସଂସ୍କୃତିକୁ ମନେ ପକେଇବା ପାଇଁ ସବୁ ଜିଲ୍ଲା ମୁଖ୍ୟାଳୟରେ ମଞ୍ଚ ନାଟକ ମଞ୍ଚସ୍ଥ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଗତକାଲି(ବୁଧବାର) କେନ୍ଦୁଝର ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ଆନୂକୁଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ନାଟକ ପରିବେଷଣ ହୋଇଥିଲା  । କେନ୍ଦୁଝରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟରର କଳାକାରମାନେ ନାଟକ 'କୈବର୍ତ୍ତ ରଘୁନାଥ' ପରିବେଷଣ କରିଥିଲେ । ପ୍ରଥମେ ଅନୁଷ୍ଠାନର ସଭାପତି ହରିହର ସାହୁଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ନାଟକ ଓ ଅନୁଷ୍ଠାନ ବିଷୟରେ ସମ୍ପାଦକ ମଳୟ ମହାପାତ୍ର ସୂଚନା ପ୍ରଦାନ କରିଥିଲେ । 

ଏହା ମଧ୍ୟ ପଢନ୍ତୁ: ସୀତା ପାହାଡ଼ରେ ମକର ମେଳା, ଉତ୍ସବ ପାଳନ ପଛରେ ଅନନ୍ୟ କିମ୍ବଦନ୍ତୀ

ଏହି ନାଟକକୁ ତୁଷାର ସାମନ୍ତ ନିର୍ଦ୍ଦେଶନା ଦେଇଥିବା ବେଳେ ଶ୍ୟାମ ପଣ୍ଡା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବିଭିନ୍ନ ଅଭିନୟରେ ରବୀନ୍ଦ୍ର କୁମାର ସେଠୀ, ଭାସ୍କର ମିଶ୍ର, ଅଶୋକ ମହାରଣା, ଲିପି ମିଶ୍ର, ଲୁଲୁ ବେଜ୍, ଗଜେନ୍ଦ୍ର ମିଶ୍ର, ମନୋଜ ବେହେରା ଆଦି କଳାକାର ଭାବେ ଅଭିନୟ କରିଥିବା ବେଳେ ଲୁଲୁ ମଙ୍ଗରାଜ, ଭୁଭେନ୍ଦୁ ପଟ୍ଟନାୟକ, ଚକ୍ରଧର ହୋତା, ରଞ୍ଜନ ଗୋଛୟତ, ଦିଲ୍ଲୀପ ମହାନ୍ତି ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଗତକାଲିର ଏହି ନାଟକ ଦେଖିବାକୁ ଶତାଧିକ ଦର୍ଶକଙ୍କ ସମାଗମ ହୋଇଥିଲା । ଅନ୍ୟପଟେ ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠାନ ପକ୍ଷରୁ ସାମାଜିକ ନାଟକ ମଞ୍ଚସ୍ଥ ହେବ ବୋଲି ସାଂସ୍କୃତିକ ସମ୍ପାଦକ ରବୀନ୍ଦ୍ର କୁମାର ସେଠୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.